କଠୋର ହେଲା ଟ୍ରାଫିକ ନିୟମ: ନିୟମ ଉଲ୍ଲଙ୍ଘନରେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ
ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଅସ୍ଥାୟୀ ଭାବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ୩ ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ ବା RTO ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର ।
ଭୁବନେଶ୍ବର: ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଏବେ ଆପଣ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଅସ୍ଥାୟୀ ଭାବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ୩ ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ ବା RTO ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ଆସନ୍ତୁ ଜାଣିବା ସେ ସବୁ କଣ...
- ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ
- ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ
- ମଦ ପିଇ ଗାଡି ଚଳାଇଲେ
- ଅଧିକ ବେଗରେ ଗାଡି ଚଳାଇଲେ
- ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ
- ଅଧିକ ମାଲ୍ ପରିବହନ କଲେ
- ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ
- ଭୁଲ୍ ଦିଗରୁ ଗାଡି ଚଳାଇଲେ
ପ୍ରଥମ ଉଲ୍ଲଙ୍ଘନ ହେଲେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।












Click it and Unblock the Notifications