Get Updates
Get notified of breaking news, exclusive insights, and must-see stories!

ରଥଯାତ୍ରା ଦେଖିବାକୁ ପୁରୀ ଯାଉଛନ୍ତି କି ? ଜାଣନ୍ତୁ, କେଉଁଠି କରିବେ ପାର୍କିଂ ? କେଉଁଠି ରହିବ ବସ୍ ?

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ବସ ଗୁଡ଼ିକର ପାର୍କିଂ ପାଇଁ ସୁବ୍ୟବସ୍ଥା କରାଯାଇଛି ।

ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ ଏବଂ ଏଠାରୁ ଯିବା ଆସିବା କରିବେ । ଭୁବନେଶ୍ୱର ପଟରୁ ପୁରୀକୁ ଆସୁଥିବା ନିୟମିତ ବସ୍, ଏପରିକି ମୋ ବସ୍ ମାଳତୀପାଟପୁର ଓଭରବ୍ରିଜ ଦେଇ ତାଳବଣିଆକୁ ଯିବେ ଏବଂ ସେଠାରେ ପାର୍କିଂ କରିବେ ।

Traffic Route in Puri

ଭୁବନେଶ୍ୱରରୁ ଆସିଲେ...

ଭୁବନେଶ୍ୱରରୁ ଆସୁଥିବା ଅନ୍ୟ ଚାରି ଚକିଆ ଯାନ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଆସି ଏହି ସବୁ ସ୍ଥାନରେ ପାର୍କିଂ କରିବେ । ସେହିଭଳି ଫେରିବା ବେଳେକୁ ସେଂଟ୍ରଲ ସ୍କୁଲ ଛକ, ଭୁବନ ଛକ, ଗ୍ରୀଡ ଷ୍ଟେସନ ଛକ , ବାଲିଘାଟ, ଗୋପାଳପୁର , ବୀରହରେକୃଷ୍ଣପୁର ବଜାର ଓ ବାଟଗାଁ ଦେଇ ଜାତୀୟ ରାଜପଥକୁ ବାହାରିବ ।

ବ୍ରହ୍ମଗିରିରୁ ଆସିଲେ..

ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଚାରି ଚକିଆ ଗାଡ଼ି ମଙ୍ଗଳା ଘାଟ ବାଇପାସ୍ ଦେଇ ଫ୍ଲୋରିସ ଇଣ୍ଡିଆ ନିକଟରେ ପାର୍କିଂ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଗ୍ରୀଡ୍ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ ଓ ଇନଡୋର୍ ଷ୍ଟାଡିୟମରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ବସ୍ ମାଳତୀପାଟପୁରରେ ରହିବ।

କୋଣାର୍କରୁ ଆସିଲେ..

କୋଣାର୍କରୁ ଆସୁଥିବା ଗାଡି ଗୁଡିକ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ପାର୍କି ସ୍ଥାନକୁ ଯିବ । ସେହିଭଳି ସେଂଟ୍ରାଲ ସ୍କୁଲ, ଭୁଦାନ, ଗ୍ରୀଡ ଷ୍ଟେସନ ଓ ବାଇଦାସ ନଗର ଛକ ଦେଇ ପ୍ରତ୍ୟାବର୍ତନ କରିବ ।

ଦୁଇଚକିଆ ଯାନ

  • ଭୁବନେଶ୍ୱର ପଟରୁ ଆସୁଥିବା ଦୁଇ ଚକିଆ ଯାନ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଣାଣି ଚଣ୍ଡୀରେ ପାର୍କ କରିବେ ।
  • ସେହିପରି କୋଣାର୍କ ପଟରୁ ଆସୁଥିବା ଦୁଇ ଚକିଆ ଯାନ ସିଟି ରୋଡ୍, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଚଳ ଅଶୋକରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି ।
  • ବ୍ରହ୍ମଗିରି ପଟୁ ଆସୁଥିବା ଦୁଇଚକିଆ ଯାନ ଜଗନ୍ନାଥ ବଲ୍ଲଭ ଓ ମଶାଣିଚଣ୍ଡୀ ପାର୍କିଂ ସ୍ଥାନରେ ରହିବ ଓ ସେହିପଟେ ହିଁ ଫେରିବ ।

ଏହି ଟ୍ରାଫିକ୍ ନିୟମ ୧୯ ତାରିଖ ରାତି ୧୨ଟାରୁ ୨୧ ତାରିଖ ରାତି ୧୨ଟା ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଲାଗୁ ହେବ । ଭକ୍ତଙ୍କ ସୁବିଧା ପାଇଁ ତାଳବଣିଆରୁ ଜିଲ୍ଲା ସ୍କୁଲ ଓ ମାଳତୀ ପାଟପୁରରୁ ଅଠର ନଳା ପର୍ଯ୍ୟନ୍ତ ସଟଲ୍ ସର୍ଭିସ ବ୍ୟବସ୍ଥା କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+