ମୋଦିଙ୍କ ଗସ୍ତ ପାଇଁ କାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ କଟକଣା; ଜାଣନ୍ତୁ, କେଉଁ ରୁଟ୍ରେ ଯିବେ?
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଟ୍ରାଫିକ କଟକଣା। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା । ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ।ଜରୁରୀକାଳୀନ ସେବା ଫାୟାର ଓ ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ। ଏନେଇ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା। ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି,୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ସେ କହିଛନ୍ତି। ତେବେ ବିମାନବନ୍ଦରଠୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କରାଯିବ। ବ୍ୟାପକ ମହିଳା ପୋଲିସ ସାଧା ପୋଷାକରେ ରହିବେ। ଏଥିସହିତ ଓଡ୍ରାଫ୍, ସିଆରପିଏଫ୍ର ୬ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ ହେବେ।
ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୭ରେ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଉକ୍ତଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିଛି।
ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା। ସୁଭଦ୍ରା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ। ୧୭ ତାରିଖକୁ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି। ଏହା ସବୁ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।












Click it and Unblock the Notifications