ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ୍ ଗାଇଡଲାଇନ୍: ଜାଣନ୍ତୁ କେଉଁଠି କରିବେ ପାର୍କିଂ ? କେଉଁ ବାଟ ଦେଇ ଯିବେ ବଡ଼ ଦାଣ୍ଡ ?
ପୁରୀ: ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ । ତେବେ କେମିତି ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁରେ ହେବ ସେନେଇ ସୁବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ, ସମସ୍ତ ଆନ୍ତରାଜ୍ୟ ଓ ସ୍ଥାନୀୟ ପର୍ଯ୍ୟଟକଙ୍କ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ତେବେ ଲୋକାଲ୍ ନିୟମିତ ବସଗୁଡ଼ିକୁ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବା ଲାଗ ଅନୁମତି ରହିଛି। ସମସ୍ତ ଅଟୋ ଓ ଟାଉନ ବସକୁ ପୁରୀ ଜିଲ୍ଲା ସ୍କୁଲ ଯାଏ ଯିବାକୁ ଅନୁମତି ମିଳିବ ।

ଏହାଛଡ଼ା ୨୪ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ୪ଚକିଆ ଯାନ ପାଇଁ ତାଳବଣିଆ ପାଖରେ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଥିବା ବେଳେ ୨ଚକିଆ ପାଇଁ ଜଗନ୍ନାଥ ବଲ୍ଲଭ ଏବଂ ମାଟି ତୋଟା, ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ଯାନବାହନ ଚଳାଚଳର ନିୟମାବଳୀ ୧୯ ତାରିଖ ରାତି ୧୨ଟାରୁ ୨୧ ତାରଖ ରାତି ୧୨ଟା ଯାଏ ଲାଗୁ ହେବ ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ମଧ୍ୟ ଏହି ସମାନ ବ୍ୟବସ୍ଥା ଲାଗୁ ରହିବ। ସେହିପରି ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା ହୋଇଛି।

ସେପଟେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ମୋଟ୍ ୨୪ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ପୁରୀ ସହରବାସୀଙ୍କ ସହଯୋଗରେ ଟ୍ରାଫିକ ଭଲ ଭାବେ ନିୟନ୍ତ୍ରଣ ହେବ । ଲୋକଙ୍କ ସହଯୋଗରେ ଯାତ୍ରା ଭଲରେ ସମାପନ ହେବ । ପ୍ରତି ସାହିରେ ଜଣେ ସ୍ଥାନୀୟଲୋକ ରହିବେ ଭଲ୍ୟୁଣ୍ଟିଅର । ସାତସାହିବାସୀଙ୍କ ପାଇଁ କୌଣସି କଟକଣା ନଥିବା କହିଛନ୍ତି ଅମିତାଭ ଠାକୁର ।
ସେହିପରି ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି । ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯିବ । ପୁରୀବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଲେ ଅମିତାଭ ଠାକୁର । ହସି ହସି ଲୋକଙ୍କ ସେବା କରିବ ପୋଲିସ' । ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି ।












Click it and Unblock the Notifications