ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା, ଜାଣନ୍ତୁ କଣ ରହିଛି ପୁରା ବ୍ୟବସ୍ଥା
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତାକାଲି (ଜାନୁଆରୀ ୮)ରେ ଭୁବନେଶ୍ୱରରେ ଆରମ୍ଭ ହେବ। ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାରୋହ ନିମନ୍ତେ ଭୁବନେଶ୍ଵରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କମିଶନରେ ପୁଲିସ ପକ୍ଷରୁ କଟକଣା ଗୁଡ଼ିକ ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ଯାନବାହାନ ଘୋଷିତ ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସିପାରିବେ ନାହିଁ।
ଆସନ୍ତାକାଲି (ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।
ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବି.ଏନ୍. ଛକ - ଶାସ୍ତ୍ରୀ ନଗର ଛକ - ବେହେରା ସାହି ଛକ - ଜୟଦେବ ବିହାର ଛକ - ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ - ଜାଭିୟର ଛକ - ଜୟଦେବ ବିହାର ଛକ - ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବି.ଏନ୍. ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ - ଏ.ଜି. ଛକ - ଡାହାଣ ମୋଡ଼ - ହସ୍ପିଟାଲ୍ ଛକ - ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ - ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ।












Click it and Unblock the Notifications