ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରୀ,ଦୁଇ ଚକିଆ ଯାନରେ ପୁରୀ ଆସୁଥିଲେ କେଉଁଠି ରଖିବେ ଗାଡ଼ି ଜାଣନିଅନ୍ତୁ, ନଚେତ....
ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା । ବଡ଼ଦେଉଳର ରତ୍ନ ସିଂହାସନରୁ ବାହାରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ତେଣୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ତେବେ ରଥାଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି ହୋଇଛି । ପୋଲିସ ଏଡିଜି ଦୟାଲ ଗଙ୍ଗୱାର ଏନେଇ ସୂଚନା ଦେଇଛନ୍ତି । ପୁରୀ ରୁଟ୍ ଚାଟକୁ ନେଇ ଦେଲେ ସୂଚନା । "ଚଳିତ ବର୍ଷ ଅଧିକ ଭିଡ଼ର ସମ୍ଭାବନା ରହିଛି । ତେଣୁ ଟ୍ରାଫିକ କଣ୍ଟ୍ରୋଲ ରୁମରେ ୱାରରୁମ ଭଳି ବ୍ୟବସ୍ଥା ରହିଛି"ବୋଲି ପୋଲିସ ଏଡିଜି ଦୟାଲ ଗଙ୍ଗୱାର ସୂଚନା ଦେଇଛନ୍ତି । ଚାଲନ୍ତୁ ଜାଣିବା ପୁରୀ ରୁଟ୍ ଚାଟ...
ଚାରିଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:-
ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ଼୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ଵୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ୍ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ ।
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମଙ୍ଗଳାଘାଟ ଛକ ଠାରୁ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ହୋଇଥିବା ଯାନ ରହଣି ସ୍ଥଳଠାରେ ନିଜ ନିଜର ଯାନଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥ୍ ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।

ସେହିପରି ଦୁଇଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:-
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭ ସ୍ଥାନ ପୂରଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡିଆ, ଏହା ପରେ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡିଆଠାରେ ପର୍ଯ୍ୟାୟ କ୍ରମେ ଗାଡ଼ି ରଖାଯିବ । ସେହିପରି ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ ।
ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଉକ୍ତ ସ୍ଥାନ ପୂରଣ ହୋଇଯିବା ପରେ ଯାନଗୁଡିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆଠାରେ ପର୍ଯ୍ୟାୟ କ୍ରମରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ଓ ବାଟଗ "ଗାଁ ଛକ ଦେଇ ଭୁବନେଶ୍ଵର ପାଇଁ ପ୍ରସ୍ଥାନ କରିବେ ।
କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications