ଆସନ୍ତାକାଲି ପଦ୍ମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକାର, ଏହି ସ୍ଥାନ ରହିବ ଖୋଲା
ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଆଇଟି ଓ ଜିଏସ୍ଟି ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ବରଗଡ଼: ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଆଇଟି ଓ ଜିଏସ୍ଟି ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସଟିର ଚଢ଼ଉ ହୋଇଛି ।

ତେବେ ବନ୍ଦ ସମୟରେ ପଦ୍ମପୁର ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ। ମାତ୍ର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବ୍ୟବସାୟୀମାନଙ୍କୁ ହଇରାଣ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହାକୁ କି ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି।
ସୂଚନାଯୋଗ୍ୟ ଯେ, ଆଜି ସକାଳୁ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ ପ୍ରତିଷ୍ଟିତ ବ୍ୟବସାୟୀଙ୍କ ବାସଭବନରେ ସିଆରପିଏଫ ଉପସ୍ଥିତିରେ ଆଇଟି ରେଡ୍ ହୋଇଥିଲା। ଏହାପରେ ସନ୍ଧ୍ୟାରେ ୭ ଜଣ ବ୍ୟବସାୟୀଙ୍କ ଘରେ ଜିଏସ୍ଟି ବିଭାଗ ଚଢ଼ାଉ କରିଥିଲା।
ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଥିଲା ।
ସେହିପରି ସନ୍ଧ୍ୟାରେ ଜିଏସଟି ପକ୍ଷରୁ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜ୍ବେଲେରି, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା।












Click it and Unblock the Notifications