ରାଜଧାନୀ ଉପରେ ନଜର ରଖିବ ଡ୍ରୋନ୍
ଭୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱର ଉପରେ ନଜର ରଖିବ ଡ୍ରୋନ୍ । ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ୍ ପୋଲିସ । ଅପରାଧ ଓ ଅପରାଧିଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯିବ । ଡ୍ରୋନରେ ହାଇଡେଫିନେସନ କ୍ୟାମେରା ଲାଗିଥିବା ନେଇ ରହିଛି ସୂଚନା । ଟ୍ରାଫିକ୍ ସମସ୍ୟାର ମଧ୍ୟ ହେବ ସମାଧାନ ।
ସୂଚନା ଅନୁସାରେ, ୫ ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବା ସହ ୫ କିଲୋମିଟର ଅଞ୍ଚଳ ଉପରେ ନଜର ରଖି ପାରିବ ଏହି ହାଇଡେଫିନେସନ କ୍ୟାମେରା ଲାଗିଥିବା ଡ୍ରୋନ । ଏଥିରେ ନାଇଟ୍ ଭିଜନ ପ୍ରୁଫ୍ ରହିଛି । ଟ୍ରେନିଂ ଦେବା ପାଇଁ ଆସିବେ ଡ୍ରୋନ ସଂସ୍ଥାର ଲୋକ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ, ପର୍ବପର୍ବାଣୀ, ରାଲି ଏବଂ ସମସ୍ତ ଆନ୍ଦୋଳନ ଉପରେ ଏଣିକି ଆକାଶ ମାର୍ଗରୁ ରଖାଯିବ ନଜର । ସେହିପରି ଏହା ରାଜଧାନୀର ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ମଧ୍ୟ ବ୍ୟବହାର କରାଯାଇ ପାରିବ ।












Click it and Unblock the Notifications