TPWODL ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ବୁର୍ଲା: ଟିପିଡବ୍ଲୁଓଡିଏଲ୍ ଆଜି ଠାରୁ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହାର ସମସ୍ତ କାର୍ଯ୍ୟଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରୁଅଛି । ଏହି ଅବସରରେ ଆଜି ଟିପିଡବ୍ଲ୍ୟୁଓଡିଓଏଲର ମୁଖ୍ୟ କାର୍ଯ୍ୟଳୟରେ ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ କମସମ୍ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଯୋଗାଯୋଗ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ । ଏଥୁରେ କମ୍ପାନୀର ସମସ୍ତ ମଣ୍ଡଳ କାର୍ଯ୍ୟଳୟ ଓ କ୍ଷେତ୍ରୀୟ କାର୍ଯ୍ୟାଳରୁ ଶହ ଶହ କର୍ମଚାରୀ ଭିଡ଼ିଓ କନଫରେନିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଟିପିଡବ୍ଲୁଓଡିଓଏଲ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗଜାନନ କାଲେ ତାଙ୍କ ଅବିଭାଷଣରେ ସମସ୍ତ କର୍ମାଚାରଙ୍କୁ ଦୁର୍ନୀତି ନିବାରଣ ସଚେତନତା ଉପରେ ସୂଚନା ଦେଇଥିଲେ । ଏହି ଅବସରରେ ସେ ପ୍ରକାଶ କରିଥିଲେ ଯେ, ଯଦି ଆମ କମ୍ପନୀର ସମସ୍ତ କର୍ମଚାରୀ ବିଦ୍ୟୁତ ସେବାକୁ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତି ମୁକ୍ତ କରିଦିଅନ୍ତି । ତେବେ ଦୁର୍ନୀତି ନିବାରଣ ଶାଖାର କୌଣସି ଆବଶ୍ୟକତା ରହିବ ନାହିଁ । ଏହା ତାଙ୍କର ଏବଂ ସମସ୍ତ କର୍ମଚାରୀଙ୍କ ଲକ୍ଷ୍ୟ ହେବା ଉଚିତ୍ ।
ଏହି ପରିପ୍ରେକ୍ଷୀରେ କମ୍ପାନୀର ମୁଖ୍ୟ ବ୍ୟବସାୟୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ଶର୍ମା ଟାଟା କମ୍ପାନୀର ନୀତିଶାସ୍ତ୍ର ଏବଂ ଏହି ନୀତିଶାସ୍ତ୍ରରେ ଉଲ୍ଲେଖ ଥିବା ବିଭିନ୍ନ ଉପଦେଶକୁ କର୍ମଚାରୀଙ୍କ ମଧ୍ୟରେ ପ୍ରାଞ୍ଜଳ ଭାବେ ବାଖ୍ୟା କରିଥିଲେ । ଏହି ଅବସରରେ ସେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନର ମଧ୍ୟ ସ୍ମୃତି ଚାରଣ କରିଥିଲେ ।
ପରିଶେଷରେ ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ କମସମ୍ ଲାକ୍ରା ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଥାଉ କି, କମ୍ପାନୀ ତରଫରୁ ଆଗାମୀ ଛଅ ଦିନ ଧରି ବିଭିନ୍ନ କ୍ଷେତ୍ରିୟ କାର୍ଯ୍ୟାଳୟରେ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯାହା ଦ୍ବାରା କମ୍ପାନୀର କର୍ମଚାରଙ୍କ ବ୍ୟତିତ ଉପଭୋକ୍ତାଙ୍କୁ ମଧ୍ୟ ଦୁର୍ନିତୀ ନିବାରଣ ସଚେତନତା ଉପରେ ଅବଗତ କରାଯିବ ।












Click it and Unblock the Notifications