For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା, ଚିଡିଆଖାନକୁ ଆସିବେ ନୂଆ ଅତିଥି

ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା ଆରମ୍ଭ ହୋଇଛି । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ସେପଟେ ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ନୂଆ ଅତିଥି ।

|

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା ଆରମ୍ଭ ହୋଇଛି । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ସେପଟେ ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ନୂଆ ଅତିଥି ।

 Nandankanan

ତେବେ ଟୟ ଟ୍ରେନରେ ବୁଲିବା ସହ କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ, ତୃଣଭୋଜି ଖୁଆଡ ଭଳି ଅନେକ ଜୀବଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨ଟି ସାଧାରଣ ସିଟ୍ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ୨ଟି ସିଟ୍ ରହିଛି । ଦେଢ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ୍ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୁଲେଟ୍ ଟଏ ଟ୍ରେନ୍ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟୟ ଟ୍ରେନରେ ଉଦଘାଟନ କରିବା ସହ ରୋପ ୱେର ଶିଳାନ୍ୟାସ କରିଛନ୍ତି ।

ଅନ୍ୟପଟେ ଜୟପୁର ଚିଡ଼ିଆଖାନାରୁ ୮ଟି ନୂଆ ପ୍ରାଣୀ ନନ୍ଦନକାନନକୁ ଆସିବା ନେଇ ସୂଚନା ମିଳିଛି । ସେଥିମଧ୍ୟରେ ୨ଟି ଚିତା ବାଘ, ୨ଟି ଘଡ଼ିଆଳ କୁମ୍ଭୀର, ୨ଟି ପେଚ୍ଚା ଓ ୨ଟି ଚିଙ୍କାରା ଜାତୀୟ ହରିଣ ଅଛନ୍ତି । ଜୟପୁର ଚିଡ଼ିଆଖାନାରୁ ନନ୍ଦନକାନନ ଅଭିମୁଖେ ସମସ୍ତ ପ୍ରାଣୀ ବାହାରି ସାରିଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏଠାରେ ପହଞ୍ଚିବେ । ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ପ୍ରାଣୀଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରଖାଯିବ । ତାହାର ଦୁଇ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସୁଜିତ କୁମାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Toy train service started in Nandankanan from today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X