Get Updates
Get notified of breaking news, exclusive insights, and must-see stories!

ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା, ଚିଡିଆଖାନକୁ ଆସିବେ ନୂଆ ଅତିଥି

ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା ଆରମ୍ଭ ହୋଇଛି । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ସେପଟେ ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ନୂଆ ଅତିଥି ।

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ୍ ସେବା ଆରମ୍ଭ ହୋଇଛି । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ସେପଟେ ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ନୂଆ ଅତିଥି ।

 Nandankanan

ତେବେ ଟୟ ଟ୍ରେନରେ ବୁଲିବା ସହ କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ, ତୃଣଭୋଜି ଖୁଆଡ ଭଳି ଅନେକ ଜୀବଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨ଟି ସାଧାରଣ ସିଟ୍ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ୨ଟି ସିଟ୍ ରହିଛି । ଦେଢ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ୍ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୁଲେଟ୍ ଟଏ ଟ୍ରେନ୍ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟୟ ଟ୍ରେନରେ ଉଦଘାଟନ କରିବା ସହ ରୋପ ୱେର ଶିଳାନ୍ୟାସ କରିଛନ୍ତି ।

ଅନ୍ୟପଟେ ଜୟପୁର ଚିଡ଼ିଆଖାନାରୁ ୮ଟି ନୂଆ ପ୍ରାଣୀ ନନ୍ଦନକାନନକୁ ଆସିବା ନେଇ ସୂଚନା ମିଳିଛି । ସେଥିମଧ୍ୟରେ ୨ଟି ଚିତା ବାଘ, ୨ଟି ଘଡ଼ିଆଳ କୁମ୍ଭୀର, ୨ଟି ପେଚ୍ଚା ଓ ୨ଟି ଚିଙ୍କାରା ଜାତୀୟ ହରିଣ ଅଛନ୍ତି । ଜୟପୁର ଚିଡ଼ିଆଖାନାରୁ ନନ୍ଦନକାନନ ଅଭିମୁଖେ ସମସ୍ତ ପ୍ରାଣୀ ବାହାରି ସାରିଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏଠାରେ ପହଞ୍ଚିବେ । ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ପ୍ରାଣୀଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରଖାଯିବ । ତାହାର ଦୁଇ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସୁଜିତ କୁମାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+