ଆଜିଠୁ ନନ୍ଦନକାନନରେ ଚାଲିବ ରୋପୱେ
ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ଚାଲିବ ରୋପୱେ । ମାତ୍ର ୧୨୦ ଟଙ୍କାରେ ରୋପୱେର ମଜାନେଇ ପାରିବେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ । ଲୋକ ମାନଙ୍କ ସୁବିଧା ପାଇଁ ରୋପଓ୍ୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । କାଞ୍ଜିଆ ହ୍ରଦ ଉପରେ ଦେଇ ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ପ୍ରାୟ ୬୨୦ ମିଟର ଦୂରତାକୁ ଅତିକ୍ରମ କରିବ ଏହି ରୋପୱେ । ଏହାର ଉଚ୍ଚତା ପ୍ରାୟ ୪୦ ମିଟର ରହିଛି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ, ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଛି । ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିପାରିବେ । ମୋଟ 72ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ । ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ 2021 ମସିହାରେ ଚୁକ୍ତି ହୋଇଥିଲା । 2010 ରେ ନନ୍ଦନକାନନର ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । 2011 ମସିହାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିଲା ।

ସୂଚନାଥାଉ ଯେ, ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ପ୍ରାୟ 13 କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ପୂର୍ବରୁ 1994 ମସିହାରେ ଆରମ୍ଭ ହୋଇଥିବା ରୋପୱେ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ସହ 2010-11 ରେ 2ଥର ଦୁର୍ଘଟଣା ହେବାରୁ ବନ୍ଦ ହୋଇଯାଇଥିଲା । ଏବେ ଉନ୍ନତ କାରିଗରି କୌଶଳରେ ତିଆରି କରାଯାଇଛି ଏହି ରୋପୱେ ।
ତେବେ ଗତକାଲି ଅପରାହ୍ନରେ ନନ୍ଦନକାନନ ରୋପ୍ ୱେକୁ ଉଦ୍ଘାଟନ କରିଥିଲେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ଯାହାର ସୁବିଧା ଆଜିଠାରୁ ପର୍ଯ୍ୟଟକମାନେ ନେଇପାରିବେ ।












Click it and Unblock the Notifications