ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, ରବିବାର ବୁଲିଲେ ୨୮୬୪ ପର୍ଯ୍ୟଟକ
ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ବନ ବିଭାଗର ସୂଚନା ମୁତାବକ, ଡାଙ୍ଗମାଳ ମୁଖ୍ୟ ଗେଟ୍ ଦେଇ ୧୧୫୮ଜଣ ପର୍ଯ୍ୟଟକ ପ୍ରବେଶ କରି ବୁଲିବାର ମଜା ନେଇଥିଲେ । ସେହିପରି ଖୋଳାରୁ ୯୮ଟି ବୋଟ୍ରେ ୧୧୪୭ ଜଣ, ଚାନ୍ଦବାଲିରୁ ୧୨ଟି ବୋଟ୍ରେ ୧୮୧ ଜଣ ଓ ଗୁପ୍ତିରୁ ୨୭ଟି ବୋଟ୍ରେ ୩୭୮ ଜଣଙ୍କୁ ମିଶାଇ ମୋଟ ୨,୮୬୪ ଜଣ ପର୍ଯ୍ୟଟକ ଭିତରକନିକା ନଦୀରେ ବୁଲି ମଜା ନେଇଥିଲେ ।

ପର୍ଯ୍ୟଟକ ବୋଟ୍ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲ୍ଫି ପଏଣ୍ଟ୍ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ଯ୍ୟଟକ ଅଧିକ ସମୟ ଅତିବାହିତ କରିଥିଲେ । ସ୍କାଏୱାକ୍ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସାଉଣ୍ଟିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖି ପର୍ଯ୍ୟଟକ ଭାବବିହ୍ୱଳ ହୋଇ ପଡ଼ିଥିଲେ ।












Click it and Unblock the Notifications