ପୁରୀ ସମୁଦ୍ରରେ ଅଘଟଣ, ରିପ୍ କରେଣ୍ଟ ନେଲା ପର୍ଯ୍ୟଟକଙ୍କ ଜୀବନ
ପୁରୀ: ପୁରୀ ଲାଇଟ୍ ହାଉସ ସମୁଦ୍ର ନିକଟରେ ଅଘଟଣ । ଗାଧୋଇବା ବେଳେ ଟାଣି ନେଲା ସୁମୁଦ୍ର ଲହଡ଼ି । ମୃତ ଯୁବକ ଜଣକ ହେଲେ ଅର୍ଚ୍ଚିତ ବାନାର୍ଜୀ । ତାଙ୍କର ଘର ପଶ୍ଚିମବଙ୍ଗ ବାଙ୍କୁଡାର ବୋଲି ସୂଚନା ରହିଛି ।
ସୂଚନ ଅନୁସାରେ, ଅର୍ଚ୍ଚିତ ନିଜ ପରିବାର ସହ ପୁରୀ ବୁଲିବା ପାଇଁ ଆସିଥିଲେ । ସେ ଆଜି ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଏକ ବଡ଼ ଲହଡି ଆସିଥିଲା ଯାହା ଅର୍ଚ୍ଚିତଙ୍କୁ ଟାଣି ନେଇଥିଲା । ଅର୍ଚ୍ଚିତ ଭାସି ଯିବାର ତୁରନ୍ତ ପରେ ତାଙ୍କ ପରିବାର ଲୋକେ ଲାଇଫଗାର୍ଡଙ୍କୁ ସୂଚନା ଦେଇଥିଲେ ।

ଲାଇଫଗାର୍ଡ ଖୋଜା ଖୋଜି କରି ପ୍ରାୟ ୩୦ ମିନିଟ୍ ପରେ ଅର୍ଚ୍ଚିତଙ୍କୁ ଗୁରୁତର ଅବସ୍ଥାରା ଉଦ୍ଧାର କରିଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅର୍ଚ୍ଚିତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ଏବଂ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୂଚାନା ଅନୁସାରେ, ଦଶହରା ଅବସରରେ ଅର୍ଚ୍ଚିତ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ ।












Click it and Unblock the Notifications