ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା; ୨୦ରୁ ଅଧିକ ଯାତ୍ରୀ ଆହତ
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ପର୍ଯ୍ୟଟକ ବସ । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ପାହାଡରେ ପିଟି ହେବାରୁ ଡ୍ରାଇଭର ସହ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅଗ୍ନିଶମ ବାହିନୀର କର୍ମଚାରୀମାନେ ବସ୍ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ ନମ୍ବର ଥିବା ବସଟି ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟଇ ପଡ଼ିଥିଲା।

ସୂଚନା ଅନୁସାରେ, ଆଜି ସକାଳେ ବାଙ୍ଗିରିପୋଷି ଘାଟିରେ ବସ୍ଟି ରାସ୍ତାକଡ଼ରେ ଥିବା ପାହାଡ ସହ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଭିତରେ ଡ୍ରାଇଭର ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରିଥିଲେ ।
ବସରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications