ବାଲିଗୁଡ଼ାରେ ଓଲଟିଲା ପର୍ଯ୍ୟଟକ ବସ୍; ୨୫ରୁ ଊର୍ଦ୍ଧ୍ୱ ଗୁରୁତର
ବାଲିଗୁଡ଼ାରେ ଓଲଟିଲା ପର୍ଯ୍ୟଟକ ବସ୍ । ବସ୍ ଓଲଟି ୨୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛି । ଅନ୍ୟମାନେ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ।
ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡ଼ିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବ୍ରାହ୍ମଣୀଗାଁ ଥାନା ମହାଗୁଡି ନିକଟ ବୁଲାଣି ରାସ୍ତାରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ପର୍ଯ୍ୟଟକମାନେ ପଶ୍ଚିମବଙ୍ଗରୁ ଦାରିଙ୍ଗିବାଡି ବୁଲିବାକୁ ଆସିଥିଲେ । ଦାରିଙ୍ଗିବାଡିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଘଟିଛି ଏହି ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମାଡିଗଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
ସେହିପରି ଆଜି ଆଉ ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡି ସଜାଡୁଥିବା ବେଳେ ହାଇଓ୍ବା ମାଡ଼ି ଯାଇଛି । ଜଣେ ଡ୍ରାଇଭରଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଡ୍ରାଇଭର ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରଙ୍କୁ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
ମନ୍ଦାରୀ ପୋଲ ନିକଟରେ ଦୁଇଟି ଆଇରନ ବୋଝେଇ ଟ୍ରକ ରାସ୍ତାରେ ରଖି ଚକ ବଦଳାଉଥିଲେ । ଏହି ସମୟରେ ପଛରୁ ଏକ ଚିପସ୍ ବୋଝେଇ ହାଇୱା ଆସି ଧକ୍କା ଦେଇଥିଲା । ଚିପ୍ସ ବୋଝେଇ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications