ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି- ପରିବାର କଲ୍ୟାଣ ନିର୍ଦ୍ଦେଶକ
ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ଟିକାକରଣ କେନ୍ଦ୍ର ୧ ହଜାରରୁ ଅଧିକ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ କରୋନାର 2ୟ ଲହରୀ ଦେଖିବାକୁ ମିଳିଥିବା ବେଳେ ଟିକାକରଣକୁ ମଧ୍ୟ ଜୋରଦାର କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ଟିକାକରଣ କେନ୍ଦ୍ର ୧ ହଜାରରୁ ଅଧିକ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତକାଲି ୭୩ ହଜାର ୧୮୦ ଜଣଙ୍କୁ ଦିଆଯାଇଛି ଟିକା। ଦୈନିକ ଦେଢ଼ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏବେ ରାଜ୍ୟରେ ମହଜୁଦ ଅଛି ୫ ଲକ୍ଷରୁ ଅଧିକ ଟିକା। ଆଜି ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ୪୦ ହଜାର କୋଭିସିଲ୍ଡ ଟିକା ଆସିବ।
ଏପ୍ରିଲ ୨ ତାରିଖରେ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ ଆସିବ। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୯୫ ହଜାର ୨୦୯ ଜଣ ଟିକା ନେଇସାରିଲେଣି। ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ ଲୋକ ରୋଗରେ ପୀଡିତ ଥିଲେ ଟିକା ନେଉଛନ୍ତି। ଏପ୍ରିଲ ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକ ଟିକା ନେବେ। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ।












Click it and Unblock the Notifications