ରାଜ୍ୟରେ ମୋଟ 700ଟି ଫାୟାର ଆଲର୍ଟ ସହ ଶିମିଳିପାଳରେ ରହିଛି 9ଟି: ଟାସ୍କ ଫୋର୍ସ ମୁଖ୍ୟ
ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିବା ରିପୋର୍ଟରେ ଉଲ୍ଲେଖ । ଶିମିଳିପାଳରେ ୯ଟି ଫାୟାର ଆଲର୍ଟ ସମେତ ମୋଟ ୭୦୦ଟି ଫାୟାର ଆଲର୍ଟ ପଞ୍ଜିକରଣ କରାଯାଇଛି ।
ଭୁବନେଶ୍ବର: ଜଙ୍ଗଲ ସ୍ଥିତିକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିବା ରିପୋର୍ଟରେ ଉଲ୍ଲେଖ । ଶିମିଳିପାଳରେ ୯ଟି ଫାୟାର ଆଲର୍ଟ ସମେତ ମୋଟ ୭୦୦ଟି ଫାୟାର ଆଲର୍ଟ ପଞ୍ଜିକରଣ କରାଯାଇଛି ।
ତେବେ ବର୍ତ୍ତମାନ ସାରା ରାଜ୍ୟରେ 25 ସଦସ୍ୟ ବିଶିଷ୍ଟ 8ଟି ଓଡ୍ରାଫ ଟିମ ସହିତ ବନ କର୍ମଚାରୀମାନେ ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ସେପଟେ ଶିମିଳିପାଳ ବନାଗ୍ନିର କାରଣ ଖୋଜିବା ସହ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବା ପାଇଁ ଆଜି ଶିମିଳିପାଳରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ ନିଆଁ କେମିତି ଲାଗିଲା, କେଉଁଠୁ ଆସିଲା ନିଆଁ , ଏ ସବୁର କାରଣ ଖୋଜିଛି କେନ୍ଦ୍ରୀୟ ଟିମ ।
ଅନ୍ୟପଟେ ଗତ ଦୁଇ ଦିନଧରି ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ପରେ ନିଆଁ ଏବେ ଆୟତ୍ତକୁ ଆସିଛି । ସେହିପରି ସମସ୍ତ ଜଙ୍ଗଲଗୁଡିକରେ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications