କାଲି ରଥଯାତ୍ରା, ରଥଖଳାକୁ ବିଜେ ହେଲା ଆଜ୍ଞାମାଳ: ସିଂହଦ୍ୱାର ଅଭିମୁଖେ ୩ ରଥ
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ ପଥ ଆଉ ଜଗନ୍ନାଥ , ସମସ୍ତ ପ୍ରସ୍ତୁତ । କରୋନା କହରର ଦୁଇ ବର୍ଷ ପରେ ବଡଦାଣ୍ଡରେ ହେବ ଭକ୍ତ ଆଉ ଭଗବାନଙ୍କ ମିଳନ ।
ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ ପଥ ଆଉ ଜଗନ୍ନାଥ , ସମସ୍ତ ପ୍ରସ୍ତୁତ । କରୋନା କହରର ଦୁଇ ବର୍ଷ ପରେ ବଡଦାଣ୍ଡରେ ହେବ ଭକ୍ତ ଆଉ ଭଗବାନଙ୍କ ମିଳନ । ତେବେ ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି, ସିଂହଦ୍ୱାର ଅଭିମୁଖେ ୩ ରଥ ।

ଆଜି ହେଉଛି ଉଭାଯାତ୍ରା । ଘୋଷଯାତ୍ରା ପାଇଁ ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ । ପରେ ପରେ ଦେବୀ ସୁଭଦ୍ରା ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି ।
ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି । ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଯୋଗୁଁ ଭକ୍ତଙ୍କ ପାଇଁ ଆଜି ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସଂପାଦନ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।












Click it and Unblock the Notifications