• search
For Quick Alerts
Turn On Notification  
For Daily Alerts

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

|

ସମ୍ବଲପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ରାତି ପାହିଲେ ନୂଆଖାଇ ପାଳିବେ ପଶ୍ଚିମ ଓଡିଶାବାସୀ । ସେହିପରି କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କର ନିକଟରେ ନବାନ୍ନ ମଧ୍ୟ ଲାଗି ହେବ। ଏହି ଅବସରରେ କୋଭିଡ ନିୟମ ମାନି ଭକ୍ତମାନେ ମା'ଙ୍କ ଦର୍ଶନ କରିବେ। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ ।

NuaKhai 2021

ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ

ଧରିତ୍ରୀ ମା' କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତାମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ପରେ ନୂତନ ଅନ୍ନକୁ ସପରିବାର ଭୋଜନ କରିବାର ପରମ୍ପରାକୁ ନୂଆଖାଇ ବୋଲି ଅଭିହିତ କରାଯାଇଛି। ନୂଆଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ।

ପଶ୍ଚିମ ଓଡିଶାରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ଦୁଃଖି ରଙ୍କିଠାରୁ ଆରମ୍ଭ କରି ଧନବାନ୍‍ ଏହି ପର୍ବକୁ ପାଳନ କରିଥାନ୍ତି। ଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହିତ ଶ୍ରଦ୍ଧା, ସମ୍ମାନ, ଭାଇଚାରା ଭାବନାକୁ ସମୃଦ୍ଧ କରିଆସୁଛି। ଯିଏ ଯେତେଏ ଦୂରରେ ଥାଉ ନା କାହିଁକି ନୂଆଖାଇର ଡାକରାରେ ନିଜ ଜନ୍ମମାଟିକୁ ଫେରି ଆସେ।

ଧୂମଧାମରେ ପାଳ ହୁଏ ଗଣପର୍ବ

ନୂଆଖାଇ ଅବସରରେ ପୂରା ପରିବାର ଏକତ୍ରିତ ହୋଇଥାନ୍ତି। ଏହାକୁ ଧୁମଧାମରେ ପାଳନ କରିବାକୁ ଗାଁଠୁ ସହର ଚାରିଆଡ଼େ ଜୋରସୋର ପ୍ରସ୍ତୁତି ଚାଲିଥାଏ । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଛନ୍ତି। ଏଥିପାଇଁ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଛି। ଏହାବାଦ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ମଧ୍ୟ ଅସମ୍ଭବ ଗହଳି ହେଉଛି।

ନୂଆଖାଇ ପର୍ବରୁ ମିତ, ମହାପ୍ରସାଦ, ମକର ଆଦି ମୈତ୍ର ଘରକୁ ଚାଉଳ, ଡାଲି, ପନିପରିବା, ଘିଅ, ସୂଜି, ସିମେଇ ଆଦି ଅଢିଆ/ଖର୍ଚ୍ଚା ଆଦାନ ପ୍ରଦାନର ମଧ୍ୟ ଏକ ଅଭିନବ ପରମ୍ପରା ରହିଛି। ନୂଆଖାଇ ଗୁରୁଜନମାନଙ୍କୁ ପ୍ରଣାମ, ନମସ୍କାର ଜଣାଇ ସମ୍ମାନ ଓ ଶିଷ୍ଟାଚାର ଆଦାନ ପ୍ରଦାନର ପ୍ରାଚୀନ ଭାରତୀୟ ପରମ୍ପରାର ବାର୍ତ୍ତା ବହନ କରିଆସୁଛି। ଗାଁରୁ ଜନ୍ମ ନେଇଥିବା ଏହି ଗଣପର୍ବ ସହର ଏବଂ ନଗର ଏପରିକି ମହାନଗରକୁ ପହଞ୍ଚି ସାରିଲାଣି। ହାଇଟେକ୍‍ ସଂସ୍କୃତି ଅନୁପ୍ରବେଶ ସତ୍ତ୍ବେ ନୂଆଖାଇ ପର୍ବ ତା'ର ସ୍ଥିତି ଏବଂ ସ୍ୱାତ୍ୟନ୍ତ୍ରତାକୁ ବହୁ ମାତ୍ରାରେ ବଜାୟ ରଖିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tomorrow is NuaKhai
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X