ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ
ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ରାତି ପାହିଲେ ନୂଆଖାଇ ପାଳିବେ ପଶ୍ଚିମ ଓଡିଶାବାସୀ । ସେହିପରି କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନିକଟରେ ନବାନ୍ନ ମଧ୍ୟ ଲାଗି ହେବ।
ସମ୍ବଲପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ରାତି ପାହିଲେ ନୂଆଖାଇ ପାଳିବେ ପଶ୍ଚିମ ଓଡିଶାବାସୀ । ସେହିପରି କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କର ନିକଟରେ ନବାନ୍ନ ମଧ୍ୟ ଲାଗି ହେବ। ଏହି ଅବସରରେ କୋଭିଡ ନିୟମ ମାନି ଭକ୍ତମାନେ ମା'ଙ୍କ ଦର୍ଶନ କରିବେ। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ ।

ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ
ଧରିତ୍ରୀ ମା' କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତାମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ପରେ ନୂତନ ଅନ୍ନକୁ ସପରିବାର ଭୋଜନ କରିବାର ପରମ୍ପରାକୁ ନୂଆଖାଇ ବୋଲି ଅଭିହିତ କରାଯାଇଛି। ନୂଆଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ।
ପଶ୍ଚିମ ଓଡିଶାରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ଦୁଃଖି ରଙ୍କିଠାରୁ ଆରମ୍ଭ କରି ଧନବାନ୍ ଏହି ପର୍ବକୁ ପାଳନ କରିଥାନ୍ତି। ଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହିତ ଶ୍ରଦ୍ଧା, ସମ୍ମାନ, ଭାଇଚାରା ଭାବନାକୁ ସମୃଦ୍ଧ କରିଆସୁଛି। ଯିଏ ଯେତେଏ ଦୂରରେ ଥାଉ ନା କାହିଁକି ନୂଆଖାଇର ଡାକରାରେ ନିଜ ଜନ୍ମମାଟିକୁ ଫେରି ଆସେ।
ଧୂମଧାମରେ ପାଳ ହୁଏ ଗଣପର୍ବ
ନୂଆଖାଇ ଅବସରରେ ପୂରା ପରିବାର ଏକତ୍ରିତ ହୋଇଥାନ୍ତି। ଏହାକୁ ଧୁମଧାମରେ ପାଳନ କରିବାକୁ ଗାଁଠୁ ସହର ଚାରିଆଡ଼େ ଜୋରସୋର ପ୍ରସ୍ତୁତି ଚାଲିଥାଏ । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଛନ୍ତି। ଏଥିପାଇଁ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଛି। ଏହାବାଦ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ମଧ୍ୟ ଅସମ୍ଭବ ଗହଳି ହେଉଛି।
ନୂଆଖାଇ ପର୍ବରୁ ମିତ, ମହାପ୍ରସାଦ, ମକର ଆଦି ମୈତ୍ର ଘରକୁ ଚାଉଳ, ଡାଲି, ପନିପରିବା, ଘିଅ, ସୂଜି, ସିମେଇ ଆଦି ଅଢିଆ/ଖର୍ଚ୍ଚା ଆଦାନ ପ୍ରଦାନର ମଧ୍ୟ ଏକ ଅଭିନବ ପରମ୍ପରା ରହିଛି। ନୂଆଖାଇ ଗୁରୁଜନମାନଙ୍କୁ ପ୍ରଣାମ, ନମସ୍କାର ଜଣାଇ ସମ୍ମାନ ଓ ଶିଷ୍ଟାଚାର ଆଦାନ ପ୍ରଦାନର ପ୍ରାଚୀନ ଭାରତୀୟ ପରମ୍ପରାର ବାର୍ତ୍ତା ବହନ କରିଆସୁଛି। ଗାଁରୁ ଜନ୍ମ ନେଇଥିବା ଏହି ଗଣପର୍ବ ସହର ଏବଂ ନଗର ଏପରିକି ମହାନଗରକୁ ପହଞ୍ଚି ସାରିଲାଣି। ହାଇଟେକ୍ ସଂସ୍କୃତି ଅନୁପ୍ରବେଶ ସତ୍ତ୍ବେ ନୂଆଖାଇ ପର୍ବ ତା'ର ସ୍ଥିତି ଏବଂ ସ୍ୱାତ୍ୟନ୍ତ୍ରତାକୁ ବହୁ ମାତ୍ରାରେ ବଜାୟ ରଖିଛି।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications