ଆସନ୍ତାକାଲି ଜାଗର; ଜାଣନ୍ତୁ, ଶ୍ରୀଲିଙ୍ଗରାଜଙ୍କ ପାଖକୁ କେଉଁ ରାସ୍ତାରେ ଯିବେ ?
ଆସନ୍ତାକାଲି ମହାଶିବରାତ୍ରୀ । ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ୍ ।
ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ । ତେବେ ଜାଗର ପାଇଁ ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ । ଏଥି ସହିତ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ୍ ।
ମାଉସୀ ମା' ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ ।

କାଲି ଭୁବନେଶ୍ବରରେ କେଉଁ ରାସ୍ତା ଦେଇ କେଉଁ ଆଡେ ଯିବେ:
- ମାଉସୀ ମାଟ ମନ୍ଦିରରୁ ରଥରୋଡ ରାସ୍ତା ବନ୍ଦ ରହିବ । ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ହୋଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରି ପାରିବେ ।
- ଭିଆଇପି ଗାଡିଗୁଡିକ ରଥରୋଡରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢେଇବାଙ୍କ ଛକ ଦେଇ ପାର୍କିଂ କରିପାରିବେ ।
- ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ । ସେଠାରୁ ଚାରିଚକିଆ ଗାଡିଗୁଡିକ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ ।
- ଗ୍ୟାରେଜ ଛକ ଓ ସାମନ୍ତପାପୁର ପଟରୁ ଆସୁଥିବା ସମସ୍ତ ଗାଡିଗୁଡିକ ଇଲୋକେଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପେଲକ୍ସ ପାର୍କିଂ ସ୍ଥାନକୁ ଛାଡଯିବ ।
- କେଉଟସାହି ପଟରୁ ଆସୁଥିବା ଗାଡିଗୁଡିକ କେଦାର ତାରିଣୀ ରିସର୍ଟ ଓ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କେମ୍ପଲେକ୍ସ ପାର୍କିଂ ସ୍ଥାନକୁ ଛଡାଯିବ ।
- ଦକ୍ଷିଣକାଳୀ ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତାପଟରୁ ଆସୁଥିବା ସମସ୍ତ ଗାଡିଗୁଡିକ ଏସଏମ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପଡିଆରେ ପାର୍କିଂ କରିବେ । ସେହିପରି ରଥରୋଡରୁ ଆସୁଥିବା ସମସ୍ତ ଦୁଇ ଚକିଆ ଗାଡିଗୁଡିକ ବଢେଇ ବାଙ୍କ ଦେଇ ଏସ ଏମ ହାଇସ୍କୁଲ ଓ ବିଏମ ପଡିଆରେ ପାର୍କିଂ କରିବେ ।












Click it and Unblock the Notifications