ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ କାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତାକାଲି ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ । ବୈଠକରେ ରତ୍ନଭଣ୍ଡାର ସ୍ଥିତି, ସ୍ଥାୟୀତ୍ୱ ଏବଂ କେବେଠୁ ଯାଞ୍ଚ ଓ ମରାମତି ହେବ ସେନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ଏଏସ୍‌ଆଇ ଅଧିକାରୀ ଯୋଗ ଦେବେ ।

ଅନ୍ୟପକ୍ଷେ ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି ହେବ ବୋଲି ରବିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏପରିକି ଏସ୍‌ଓପିରେ କିଛି ସଂଶୋଧନ ଦରକାର ଥିଲା, ତାହା ହୋଇସାରିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ପ୍ରାଥମିକ ଯାଞ୍ଚ ସରିଛି, ଖୁବ ଶୀଘ୍ର ଏଏସଆଇ ମରାମତି ଆରମ୍ଭ କରିବ । ପ୍ରଥମେ ବାହାର ରତ୍ନଭଣ୍ଡାରର କାମ ଆରମ୍ଭ ହେବ ।

ratna bhandar

ପରେ ଭିତର ଭଣ୍ଡାର ମରାମତି କାମ ହେବ । ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ମହାପ୍ରଭୁଙ୍କ ରୀତିନୀତିରେ ଯେପରି କୌଣସି ଅସୁବିଧା ନହେବ ତାକୁ ପ୍ରଥମିକତା ଦିଆଯିବ । ସେ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ସରିଛି । ଏଣେ ଏସଓପିରେ କିଛି ସଂଶୋଧନ ଦରକାର ଥିଲା, ସେନେଇ ନିଷ୍ପତ୍ତି ହୋଇ ସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+