Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଐତିହାସିକ କଟକ ବାଲିଯାତ୍ରା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ କଳାକୃତି

ଆସନ୍ତାକାଲି ଉଦଘାଟିତ ହେବ ଐତିହାସିକ କଟକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ବନ୍ଦ ଥିବା ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବ ।

କଟକ: ଆସନ୍ତାକାଲି ଉଦଘାଟିତ ହେବ ଐତିହାସିକ କଟକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ବନ୍ଦ ଥିବା ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବ । ଉପର ଓ ତଳ ପଡିଆରେ ବଡ ବଡ ଷ୍ଟଲ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ଦୋଳି,ମୀନା ବଜାର,ଓରମାସ ଷ୍ଟଲ ଲାଗିଛି । ରାଜ୍ୟ ଭିତର ଓ ବାହାରୁ ବହୁ ବ୍ୟବସାୟୀ ନିଜ ସାମଗ୍ରୀ ଧରି ବାଲିଯାତ୍ରାକୁ ଆସୁଛନ୍ତି ।

Bali Jatra

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ କଳାକୃତି

ସେପଟେ ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବିଶାଳ କଳାକୃତି ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କଳା, ଐତିହ୍ୟ ଓ ପରମ୍ପରାର ନିଛକ ନିଦର୍ଶନ ଏହି ଯାତ୍ରାକୁ ଅଧିକ ସ୍ମରଣୀୟ କରିବ ଏହି ବାଲୁକା କଳା । ୨୫ ହଜାର ମାଟି ଦୀପ ଓ ବାଲି ବ୍ୟବହାର କରାଯାଇଥିବା ଏହି ବିଶାଳ ବାଲୁକା କଳାଟି ୬୮ଫୁଟ ଲମ୍ବା, ୪୨ଫୁଟ ଓସାର । ଏକ ସୁଦୃଶ୍ୟ ଡଙ୍ଗା ଯାହାକି ପୁର୍ବରୁ ନୌବାଣିଜ୍ୟରେ ବ୍ୟବହାର କରାଯାଉଥିଲା, ତାର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି, ସୁଦର୍ଶନ। ଏହି ବାଲୁକା କଳା ପ୍ରସ୍ତୁତ କରିବାରେ ସୁଦର୍ଶନଙ୍କୁ ତାଙ୍କର ୨୦ଜଣ ଛାତ୍ର ସହାୟତା କରିଛନ୍ତି । ଏହି ବାଲୁକା କଳା ଲିମକା ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ଆଶା ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Bali Jatra

ସୁରକ୍ଷା ପାଇଁ ୮ ୱାଚଟାୱାର, ୨୫ ଏଡ୍‌ ପୋଷ୍ଟ

ବାଲିଯାତ୍ରା ପାଇଁ ପଡ଼ିଆରୁ ରେଳଷ୍ଟେସନ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୮ଟି ୱାଚଟାୱାର ବାଲିଯାତ୍ରା ଉଭୟ ପଡ଼ିଆରେ ଖୋଲାଯାଇଛି। ଏହା ଉପରେ ୨୪ଘଣ୍ଟିଆ ପୋଲିସ ଅଧିକାରୀ ପଇଁତରା ମାରିବେ। ଅପରାଧିକ କାର୍ଯ୍ୟକଳାପ ଉପରେ ପୁଲିସ ଅଧିକାରୀ ୱାଚ୍‌ଟାୱାର୍‌ ଉପରୁ ନଜର ରଖିବେ । ଏହା ସହିତ ପଡ଼ିଆରେ ପୋଲିସର ୨୦ଟି ଓ ଟ୍ରାଫିକର ୬ଟି ଏଡ୍ ପୋଷ୍ଟ ଖୋଲିବାକୁ ଯାଉଥିବା ସୂଚନା ମିଳିଛି।

କଟକ ରେଳଷ୍ଟେସନରେ ଦୈନିକ ପ୍ରାୟ ୫୦ ହଜାର ଲୋକଙ୍କ ଚଳପ୍ରଚଳ ହେଉଥିବା ବେଳେ ବାଲିଯାତ୍ରାରେ ପୂର୍ବ ବର୍ଷମାନଙ୍କ ହିସାବକୁ ଦେଖିଲେ ଯାତ୍ରୀ ସଂଖ୍ୟା ୭୦ରୁ ୮୦ ହଜାର ଛୁଇଁବା ଆକଳନ କରାଯାଉଛି । ଏଥିପାଇଁ କଟକ ରେଳଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆରପିଏଫ୍ ପକ୍ଷରୁ ଅତିରିକ୍ତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ପକ୍ଷରୁ ୬୦ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+