ଆସନ୍ତାକାଲି ଚନ୍ଦ୍ରଗ୍ରହଣ: ଏହି ସମୟରୁ ହେବ ଚନ୍ଦ୍ରଗ୍ରହଣର ପ୍ରଭାବ, ଅପରାହ୍ନ ୪ଟାରୁ ହାଣ୍ଡି ଛାଡ
ସନାତନ ଧର୍ମରେ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ଚନ୍ଦ୍ରଗ୍ରହଣ ବେଳେ, ରାହୁ ଏବଂ କେତୁଙ୍କ ପ୍ରଭାବ ପୃଥିବୀ ଉପରେ ପଡ଼ିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଆସିବା ପରେ ଚନ୍ଦ୍ରଗ୍ରହଣ ଘଟିଥାଏ । ଚନ୍ଦ୍ରଗ୍ରହଣ ସମୟରେ ଶୁଭ କାମ କରିବା ନିଷେଧ । ଏହାକୁ ଅଣଦେଖା କରିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଶରତ ପୂର୍ଣ୍ଣିମା ତିଥିରେ ହେବାକୁ ଯାଉଛି । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ପୂର୍ଣ୍ଣିମା ତିଥି ଅକ୍ଟୋବର ୨୮ ଅପରାହ୍ନ ୪ଟାରେ ଆରମ୍ଭ ହେବ ଏବଂ ଅକ୍ଟୋବର ୨୯ରେ ୦୨:୨୪ରେ ଶେଷ ହେବ । ଏଥିପାଇଁ ଲୋକମାନେ ଚନ୍ଦ୍ରଗ୍ରହଣର ତାରିଖ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି । ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣର ସଠିକ ସମୟ ଏବଂ ତାରିଖ-

ଚନ୍ଦ୍ରଗ୍ରହଣର ପ୍ରଭାବ ଏହି ସମୟରେ ହେବ ?
ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।
ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ ।












Click it and Unblock the Notifications