ଆସନ୍ତାକାଲି ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା, ରାତି 8ରୁ ପୁରୀରେ 48 ଘଣ୍ଟା କର୍ଫ୍ୟୁ
ଆସନ୍ତାକାଲି ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ଆଜି ରାତି 8ରୁ ପୁରୀରେ 48 ଘଣ୍ଟା କର୍ଫ୍ୟୁ ଜାରି ରହିବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।
ପୁରୀ: ଆସନ୍ତାକାଲି ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ଆଜି ରାତି 8ରୁ ପୁରୀରେ 48 ଘଣ୍ଟା କର୍ଫ୍ୟୁ ଜାରି ରହିବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।

ଏଥିସହ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।
ଏହା ପୂର୍ବରୁ ବଡ଼ଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ବଡ଼ଦାଣ୍ଡ ନିକଟରେ ଥିବା ଲୋକଙ୍କୁ ସଚେତନ କରିଛି । କୌଣସି ଲୋକ ଛାତ ଉପରେ ରହିବେ ନାହିଁ । ଲଜିଂ ଓ ଘର ମାଲିକଙ୍କୁ ଏନେଇ ତାଗିଦ୍ କରିଛି ପୋଲିସ । ସେହିପରି ଫେସବୁକ୍ ଓ ଟୁଇଟରକୁ ରଥଯାତ୍ରାକୁ ନେଇ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି କରାଯାଇଥିବା ପୁରୀ ଏସପି କହିଛନ୍ତି ।
ବାହୁଡ଼ାଯାତ୍ରା ସମୀକ୍ଷା ବୈଠକ
ବାହୁଡ଼ାଯାତ୍ରାକୁ ନେଇ ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ଟାରେ ହେବ ବୈଠକ । ଉପସ୍ଥିତ ରହିବେ ଜିଲ୍ଲାପାଳ, SP ଓ ସେବାୟତ ପ୍ରତିନିଧି । ଶୃଙ୍ଖଳିତ ବାହୁଡ଼ାଯାତ୍ରା ନେଇ ବୈଠକରେ ଆଲୋଚନା ହେବ । ସୁନାବେଶ ଓ ନିଳାଦ୍ରୀବିଜେ ନୀତି ନେଇ ବି ହେବ ଆଲୋଚନା












Click it and Unblock the Notifications