ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ, ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି , ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା । ଭୋର ୪ ଟା ରୁ ରାତି ୧୦ ଟା ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା । ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଛି।

PRAYA SRADH
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+