ଆସନ୍ତାକାଲି ଭୁବନେଶ୍ୱରର ୭୭ତମ ପ୍ରତିଷ୍ଠା ଦିବସ , ଦୁଇ ଦିନିଆ ଜନ୍ମଦିନ ପାଳିବ ରାଜଧାନୀ

୭୭ ବର୍ଷରେ ପଦାର୍ପଣ କରିବ ରାଜଧାନୀ ଭୁବନେଶ୍ୱର । ଏନେଇ ଏପ୍ରିଲ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଉତ୍କଳ ମଣ୍ଡପରେ ହେବ ପ୍ରତିଷ୍ଠା ଦିବସ ସମାରୋହ । ଦୁଇ ଦିନ କାର୍ଯ୍ୟକ୍ରମ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ୧୩ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନକୁ ନିଷ୍ପତ୍ତି ନିଆଯାଇଛି ।

୧୩ ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମୁଖ୍ୟ ଅତିଥି ଭାବେ ମାଲ୍ୟାର୍ପଣ କରିବେ ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟାନ୍ୟ ଅତିଥି। ସେ ମଧ୍ୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦ୍‌ଘାଟନ ହେବା ସହ ରବିନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପ୍ୟାରେଡ଼୍ ପ୍ରଦର୍ଶନ କରାଯିବ।

Tomorrow 77th founding anniversary of Bhubaneswar

ସଂଧ୍ୟାରେ ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କାର୍ଯ୍ୟକ୍ରମରେ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏଥିରେ ନିମନ୍ତ୍ରିତ ଅତିଥ୍ ଭାବେ ଯୋଗଦେବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅପରାଜିତା ଷଢ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ବାବୁ ସିଂ, ବିଭୁତି ଭୂଷଣ ବଳବନ୍ତରାୟ, ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ମଞ୍ଜୁଲତା କହଁର।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିରୀକୃତ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏପ୍ରିଲ ୧୩ ତାରିଖ ରବିବାର ପାରମ୍ପରିକ 'ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ' ଏବଂ ଏପ୍ରିଲ ୧୪ରେ 'ଓଡ଼ିଆ ନୂଆବର୍ଷ' ପାଳନ ହେବ । ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ୧୪ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଉତ୍ସବର ମାହୋଲ ରହିବ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+