କାଲି ୫ରୁ ସନ୍ଧ୍ୟା ଦର୍ଶନ ବନ୍ଦ, ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି
ଆସନ୍ତାକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ ରହିବ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି।

ନବ ଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ। ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ଏବେ ତିନି ରଥ ନାକଚଣା ଦ୍ୱାର ଆଗରେ ଲାଗିଛି। ଆସନ୍ତାକାଲି ସଂଧ୍ୟା ଦର୍ଶନ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅପରାହ୍ଣ ୪ଟା ଯାଏଁ ଦର୍ଶନ ବ୍ୟବସ୍ଥା ଥିଲା ତାହା ୫ଟା ଯାଏଁ ବଢ଼ାଇଛି ପ୍ରଶାସନ।












Click it and Unblock the Notifications