ଲେମ୍ବୁ ପରେ ଟମାଟୋ ମହଙ୍ଗା, ଦର 100 ପାର୍
ଲେମ୍ବୁ ପରେ ଟମାଟୋ ଉପରେ ମହଙ୍ଗା ମାଡ । ଟମାଟୋ ଦର ଏବେ 100 ପାର ହୋଇଛି । ରାଜ୍ୟ ବାହାରୁ ଆସୁଛି ଓଡିଶା ମାର୍କେଟକୁ ପରିବା ।
ଭୁବନେଶ୍ବର : ଲେମ୍ବୁ ପରେ ଟମାଟୋ ଉପରେ ମହଙ୍ଗା ମାଡ । ଟମାଟୋ ଦର ଏବେ 100 ପାର ହୋଇଛି । ରାଜ୍ୟ ବାହାରୁ ଆସୁଛି ଓଡିଶା ମାର୍କେଟକୁ ପରିବା । ପିଆଜ ଓ ଟମାଟୋ ନାସିକ ଏବଂ ରାୟପୁରରୁ, ପୋଟଳ, ଜହ୍ନି, ବାଇଗଣ କୋଲକାତାରୁ, କଖାରୁ ତାମିଲନାଡୁରୁ ବିନ୍ସ ରାଞ୍ଚିରୁ ଆସୁଛି। ଅନ୍ୟ ପରିବା ଦର ମଧ୍ୟ ବାକି ସମୟ ଅପେକ୍ଷା ବୃଦ୍ଧି ପାଇଛି। ଆମଦାନି ହ୍ରାସ କରାଯାଇ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି ଏବଂ ମାତ୍ରାଧିକ ଟଙ୍କା ଗ୍ରାହକଙ୍କ ଠାରୁ ସଂଗ୍ରହ ହେଉଛି।

କୃଷି ବିଭାଗର ସୂଚନାନୁସାରେ, ରାଜ୍ୟରେ 2 ଲକ୍ଷ 96 ହଜାର 848ମେଟ୍ରିକ ଟନ ଆଳୁ, 3 ଲକ୍ଷ 50ହଜାର ମେଟ୍ରିକ୍ ଟନ୍ର ପିଆଜ, 4 ଲକ୍ଷ 65ହଜାର ମେଟ୍ରିକ୍ ଟନ୍ର କଖାରୁ, 14ଲକ୍ଷ 32ହଜାର ମେଟ୍ରିକ୍ ଟନ୍ର ଟମାଟୋ, 1 ଲକ୍ଷ 27ହଜାର ମେଟ୍ରିକ୍ ଟନ୍ର କଞ୍ଚା କଦଳୀ, 57ହଜାର 542ଟ୍ରିକ୍ ଟନ୍ର ବିନ୍ସ, 1 ଲକ୍ଷ 16ହଜାର ମେଟ୍ରିକ୍ ଟନ୍ର କଲରା, 1 ଲକ୍ଷ 46ହଜାର ମେଟ୍ରିକ୍ ଟନ୍ର ଲାଉ, 21ଲକ୍ଷ 27ହଜାର ମେଟ୍ରିକ୍ ଟନ୍ର ବାଇଗଣ, 4963 ମେଟ୍ରିକ ଟନ୍ର ଗାଜର, 10ହଜାର 611 ମେଟ୍ରିକ ଟନ କୁନ୍ଦୁରି, ୫୪ ହଜାର 576ମେଟ୍ରିକ ଟନକାକୁଡ଼ି, 6 ଲକ୍ଷ 62ହଜାର ମେଟ୍ରିକ୍ ଟନ୍ର ଭେଣ୍ଡି ଉତ୍ପାଦିତ ହୁଏ।
ଏହି ପରିବାଗୁଡ଼ିକ ମଧ୍ୟରୁ ଟମାଟୋ ଭଳି ଅନେକ ପରିବା ବର୍ଷ ତମାମ୍ ଚାଷ ହୋଇ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରେ। ଚାଷୀ ମଧ୍ୟ ଏଥିପାଇଁ ଆଗ୍ରହ କରନ୍ତି। କିନ୍ତୁ ପ୍ରାପ୍ୟ ନମିଳିବା ଭୟ ଯୋଗୁଁ ସେମାନେ ଧାନକୁ ଗୁରୁତ୍ବ ଦିଅନ୍ତି। ପ୍ରାକୃତିକ ଦୁର୍ବିପାକରେ ପରିବା ଫସଲ ବେଶି କ୍ଷତିଗ୍ରସ୍ତ ହୁଏ। କିନ୍ତୁ କ୍ଷତିପୂରଣ ଚାଷୀଙ୍କୁ ମିଳେନାହିଁ। ଡିସେମ୍ବରରୁ ଜାନୁଆରୀ ମାସରେ ଏହି ଦେଶୀ ପରିବା ଉତ୍ପାଦନ ହୁଏ ଏବଂ ନାମମାତ୍ର ମୂଲ୍ୟରେ ବିକ୍ରି ହୁଏ।
-
ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି? -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍ -
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା -
ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି -
ରାଜ୍ୟସଭା ନିର୍ବାଚନ; ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି, ଜାଣନ୍ତୁ ଓଡ଼ିଶା ପାଇଁ କାହାକୁ ମିଳିଲା ଦାୟିତ୍ୱ -
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ












Click it and Unblock the Notifications