For Quick Alerts
Turn On Notification  
For Daily Alerts
Oneindia App Download

ଲେମ୍ବୁ ପରେ ଟମାଟୋ ମହଙ୍ଗା, ଦର 100 ପାର୍

ଲେମ୍ବୁ ପରେ ଟମାଟୋ ଉପରେ ମହଙ୍ଗା ମାଡ । ଟମାଟୋ ଦର ଏବେ 100 ପାର ହୋଇଛି । ରାଜ୍ୟ ବାହାରୁ ଆସୁଛି ଓଡିଶା ମାର୍କେଟକୁ ପରିବା ।

|

ଭୁବନେଶ୍ବର : ଲେମ୍ବୁ ପରେ ଟମାଟୋ ଉପରେ ମହଙ୍ଗା ମାଡ । ଟମାଟୋ ଦର ଏବେ 100 ପାର ହୋଇଛି । ରାଜ୍ୟ ବାହାରୁ ଆସୁଛି ଓଡିଶା ମାର୍କେଟକୁ ପରିବା । ପିଆଜ ଓ ଟମାଟୋ ନାସିକ ଏବଂ ରାୟପୁରରୁ, ପୋଟଳ, ଜହ୍ନି, ବାଇଗଣ କୋଲକାତାରୁ, କଖାରୁ ତାମିଲନାଡୁରୁ ବିନ୍‌ସ ରାଞ୍ଚିରୁ ଆସୁଛି। ଅନ୍ୟ ପରିବା ଦର ମଧ୍ୟ ବାକି ସମୟ ଅପେକ୍ଷା ବୃଦ୍ଧି ପାଇଛି। ଆମଦାନି ହ୍ରାସ କରାଯାଇ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି ଏବଂ ମାତ୍ରାଧିକ ଟଙ୍କା ଗ୍ରାହକଙ୍କ ଠାରୁ ସଂଗ୍ରହ ହେଉଛି।

Tomato price

କୃଷି ବିଭାଗର ସୂଚନାନୁସାରେ, ରାଜ୍ୟରେ 2 ଲକ୍ଷ 96 ହଜାର 848ମେଟ୍ରିକ ଟନ ଆଳୁ, 3 ଲକ୍ଷ 50ହଜାର ମେଟ୍ରିକ୍‌ ଟନ୍‌ର ପିଆଜ, 4 ଲକ୍ଷ 65ହଜାର ମେଟ୍ରିକ୍‌ ଟନ୍‌ର କଖାରୁ, 14ଲକ୍ଷ 32ହଜାର ମେଟ୍ରିକ୍‌ ଟନ୍‌ର ଟମାଟୋ, 1 ଲକ୍ଷ 27ହଜାର ମେଟ୍ରିକ୍‌ ଟନ୍‌ର କଞ୍ଚା କଦଳୀ, 57ହଜାର 542ଟ୍ରିକ୍‌ ଟନ୍‌ର ବିନ୍‌ସ, 1 ଲକ୍ଷ 16ହଜାର ମେଟ୍ରିକ୍‌ ଟନ୍‌ର କଲରା, 1 ଲକ୍ଷ 46ହଜାର ମେଟ୍ରିକ୍‌ ଟନ୍‌ର ଲାଉ, 21ଲକ୍ଷ 27ହଜାର ମେଟ୍ରିକ୍‌ ଟନ୍‌ର ବାଇଗଣ, 4963 ମେଟ୍ରିକ ଟନ୍‌ର ଗାଜର, 10ହଜାର 611 ମେଟ୍ରିକ ଟନ କୁନ୍ଦୁରି, ୫୪ ହଜାର 576ମେଟ୍ରିକ ଟନକାକୁଡ଼ି, 6 ଲକ୍ଷ 62ହଜାର ମେଟ୍ରିକ୍‌ ଟନ୍‌ର ଭେଣ୍ଡି ଉତ୍ପାଦିତ ହୁଏ।

ଏହି ପରିବାଗୁଡ଼ିକ ମଧ୍ୟରୁ ଟମାଟୋ ଭଳି ଅନେକ ପରିବା ବର୍ଷ ତମାମ୍‌ ଚାଷ ହୋଇ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରେ। ଚାଷୀ ମଧ୍ୟ ଏଥିପାଇଁ ଆଗ୍ରହ କରନ୍ତି। କିନ୍ତୁ ପ୍ରାପ୍ୟ ନମିଳିବା ଭୟ ଯୋଗୁଁ ସେମାନେ ଧାନକୁ ଗୁରୁତ୍ବ ଦିଅନ୍ତି। ପ୍ରାକୃତିକ ଦୁର୍ବିପାକରେ ପରିବା ଫସଲ ବେଶି କ୍ଷତିଗ୍ରସ୍ତ ହୁଏ। କିନ୍ତୁ କ୍ଷତିପୂରଣ ଚାଷୀଙ୍କୁ ମିଳେନାହିଁ। ଡିସେମ୍ବରରୁ ଜାନୁଆରୀ ମାସରେ ଏହି ଦେଶୀ ପରିବା ଉତ୍ପାଦନ ହୁଏ ଏବଂ ନାମମାତ୍ର ମୂଲ୍ୟରେ ବିକ୍ରି ହୁଏ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tomato price hike in odisha after Lemon. price crossed 100 today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X