For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶାରେ ଟମାଟୋ ଫ୍ଲୁ, ୨୬ HFMD ପଜିଟିଭ ଚିହ୍ନଟ

ରାଜ୍ୟରେ ମୁଣ୍ଡ ଟେକିଲାଣି ଟମାଟୋ ଫ୍ଲୁ କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) । ରାଜ୍ୟରେ ଆଜି ଏହାର ଆକ୍ରାନ୍ତ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି ।

|

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକିଲାଣି ଟମାଟୋ ଫ୍ଲୁ କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) । ରାଜ୍ୟରେ ଆଜି ଏହାର ଆକ୍ରାନ୍ତ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Tomato Flu

ତେବେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ବୋଲି ସୂଚନା ମିଳିଥିବାବେଳେ ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି ।

ଏହି ରୋଗ ହେଲେ ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା' ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏପରି ଲକ୍ଷଣ ଥିବା ୩୬ ରୋଗୀଙ୍କ ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ HFMD ପଜିଟିଭ ବାହାରିଛନ୍ତି ।

ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଭାବକ ମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏହି ରୋଗ ପୂର୍ବରୁ ଥିଲା । ହାଡ଼ଫୁଟି, ମିଳିମିଳା ହେଲେ ଯେପରି ରୋଗୀଙ୍କୁ ଆଇସୋଲେଟ କରି ରଖାଯାଇ ଚିକିତ୍ସା କରାଯାଏ, ଏହି ରୋଗ ଦେଖାଦେଲେ ବି ସମାନ ଚିକିତ୍ସା ପଦ୍ଧତି ଆପଣାଇବା ଦରକାର। ରୋଗୀକୁ ଆଇସୋଲେସନରେ ରଖିଲେ ତାହା ଜଣଙ୍କ ମଧ୍ୟରେ ସୀମିତ ରହିବ ତଥା ରୋଗୀଟି ୩ ରୁ ୭ ଦିନରେ ଭଲ ହୋଇପାରିବ ଏବଂ ଏହା ଅନ୍ୟଙ୍କୁ ସଂକ୍ରମଣ କରିବ ନାହିଁ । ଏହି ରୋଗକୁ ନେଇ ଭୟଭୀତ ହେବାର କିଛି ନାହିଁ। ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ। ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tomato Flu in Odisha: 26 HFMD Positive Identified
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X