ଆଜି ଓଡିଶା ବନ୍ଦ: ଦେଖନ୍ତୁ, କେଉଁଠି ଆଉ କେମିତି ରହିଛି ବନ୍ଦର ପ୍ରଭାବ
ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ କମିଟି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ଏଲପିଜି ଗ୍ୟାସ ଦରକ ବୃଦ୍ଧି, ମାହାଙ୍ଗା ଡବଲ ମର୍ଡର ଆଦି ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି।
ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି। । ବସ୍ ବନ୍ଦ ରହିଛି, ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ତେବେ ବନ୍ଦରୁ ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ବାଦ୍ ଦିଆଯାଇଛି ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡ଼ିକୁ ବି ବନ୍ଦରୁ ବାଦ୍ ଦିଆଯାଇଛି। ସେପଟେ ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। କେବଳ କଟକ-ଭୁବନେଶ୍ୱର କମିସନରେଟ୍ ପୁଲିସରେ ୩୭ ପ୍ଲାଟୁନ୍ ଏବ˚ ପୁରୀରେ ୧୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ତେବେ କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ସମସ୍ତ ସ୍କୁଲ୍, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର, କଟକ ସମେତ କିଛି ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଲଦର ବୃଦ୍ଧି ପ୍ରତିବାଦରେ ରାଜଧାନୀ ରାଜରାସ୍ତା ଉପରେ କଂଗ୍ରେସ କର୍ମୀ । ଗାଡି ଚଳାଚଳ ବାଧାପ୍ରାପ୍ତ ।

ମୟୁରଭଞ୍ଜରେ ବନ୍ଦ ପାଳନର ପ୍ରଭାବ । କଂଗ୍ରେସ କର୍ମୀଙ୍କ ପକ୍ଷରୁ ସହରର ବିଭିନ୍ନ ଜାଗାରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ । ସେହିପରି ଆଠଗଡ଼ରେ ବନ୍ଦର ପ୍ରଭାବ ଦେଖଇବାକୁ ମିଳିଛି । ଚାଳକଙ୍କୁ ଚକଲେଟ୍ ଦେଇ ବୁଝାଉଛନ୍ତି ଆନ୍ଦୋଳନକାରୀ । କହୁଛନ୍ତି, ଚକଲେଟ୍ ଖାଆନ୍ତୁ...ଆନ୍ଦୋଳନକୁ ସପୋର୍ଟ କରନ୍ତୁ । ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି । ରାସ୍ତାରେ ଜଳୁଛି ଟାୟାର, ମାଇକ ଦ୍ୱାରା ହେଉଛି ପ୍ରଚାର ।
ରାଜରାସ୍ତାକୁ ଅବରୋଧ କଲା ପିପିଲି କଂଗ୍ରେସ । ଉତ୍ତରା ଛକରେ ରାସ୍ତାର ଉଭୟ ପାଶ୍ୱରେ ଟାୟାର ଜାଳି ପ୍ରତିବାଦ କଲା କଂଗ୍ରେସ । ଭିନ୍ନ ଅନ୍ଦାଜରେ ପ୍ରତିବାଦ । ସାଇକେଲ ଚଳାଇ ରାଜଧାନୀ ରାସ୍ତାରେ ପ୍ରତିବାଦ କଲେ ବିଧାୟକ ସୁର ରାଉତରାୟ।


Click it and Unblock the Notifications