ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଭକ୍ତଙ୍କୁ ମିଳିବନି ଦର୍ଶନ ସୌଭାଗ୍ୟ

ଗୁଣ୍ଡିଚା ମନ୍ଦିରରେ ଗେଲ କରିତେ ମାର୍ଜନା ।
ପ୍ରଥମେ ମାର୍ଜନୀ ଲୱା କରିଲ ଶୋଧନ ।

ଛୋଟ ବଡ଼ ମନ୍ଦିର କୈଲ ମାର୍ଜନା ଶୋଧନ।
ପାଛେ ତୈଛେ ଶୋଧିଲ ଶ୍ରୀଜଗମୋହନ ।

ଅଣସର ନୀତି ଶେଷ ପରେ ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । କିନ୍ତୁ ଭକ୍ତଙ୍କୁ ମିଳିବନି ମହାବାହୁଙ୍କ ନବଯୌବନ ଦର୍ଶନ ସୁଯୋଗ । ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି ।

ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୩ ଦିନର ଅଣସର ‌ଶେଷ କରି ରବିବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହାର କିଛି ଘଣ୍ଟା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପହଣ୍ଡି ଆରମ୍ଭ ହେବ। କିନ୍ତୁ ଭକ୍ତମାନେ ଚଳିତବର୍ଷ ନବଯୌବନ ଦର୍ଶନର ସୌଭାଗ୍ୟରୁ ବଞ୍ଚିତ ରହିବେ।

ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ । ଏହାର କିଛି ଘଣ୍ଟା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପହଣ୍ଡି ଆରମ୍ଭ ହେବ । କିନ୍ତୁ ଭକ୍ତମାନେ ଚଳିତବର୍ଷ ନବଯୌବନ ଦର୍ଶନର ସୌଭାଗ୍ୟରୁ ବଞ୍ଚିତ ରହିବେ । କେବଳ ସେବାୟତ ପରିବାରଙ୍କୁ ଏହି ସୁଯୋଗ ମିଳିବ। ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡି ଦର୍ଶନ ବି ବନ୍ଦ ରହିଛି। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।

Mahaprabhu jagannath

ମିଳିବନି ପହଣ୍ଡି ଦର୍ଶନ
ପୁରୀ: ୧୩ ଦିନିଆ ଅଣସର କାରଣରୁ ଚଳିତବର୍ଷ ଭକ୍ତଙ୍କ ପହଣ୍ଡି ଦର୍ଶନ ବନ୍ଦ ରଖାଯାଇଛି। ସମୟ ଭିତରେ ନୀତିକାନ୍ତି ସାରିବାକୁ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ବିନା ଭକ୍ତରେ ମହାପ୍ରଭୁ ପହଣ୍ଡି ହୋଇ ବଡ଼ଦାଣ୍ଡକୁ ଆସିବେ। ବଡ଼ଦାଣ୍ଡକୁ ଆସିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+