ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ, ଜାଣନ୍ତୁ କ'ଣ ରହିବ ଫୋକସରେ
All India DGP Conference: ଆଜି ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଲୋକସେବା ଭବନରେ ଆୟୋଜିତ ଏକ କନଫରେନ୍ସରେ ଆଜି ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଯୋଗ ସେସନରୁ କାର୍ଯ୍ୟ ଆରମ୍ଭ ହେବ । ସେହିପରି ଆଜି ଜାତୀୟ ଓ ଆଭ୍ୟନ୍ତପୀଣ ସରୁକ୍ଷା ସଂପର୍କିତ ବିଷୟରେ ଆଲୋଚନା ହେବ । ଆତଙ୍କବାଦ, ସାଇବର ସୁରକ୍ଷା, ନିଶା କାରବାର ରୋକିବା ଉପେର ଦିଆଯିବ ଗୁରୁତ୍ୱ । ସେହିପରି ନୂଆ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ଫୋକସ କରାଯିବ ।

ସୂଚନା ଅନୁସାରେ, ଯୋଗ ସିବିରରୁ ଆରମ୍ଭ ହେବ କନଫରେନ୍ସ । ଦ୍ୱିତୀୟ ଦିନରେ ବଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ବ୍ୟବସ୍ଥା କରାଯାଇଛି। ଯେଉଁ ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ତେବେ ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ନିଜ ମତ ରଖିବେ ।
ସେହିପରି ଏହି ସମ୍ମିଳନୀରେ ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଫୋକସରେ ରହିବ ।
ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି କନଫରେନ୍ସର ଉଦଘାଟନ କରିଥିଲେ । ଏହି ସମୟରେ ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ଏବଂ ୩ଟି ନୂଆ ଅପରାଧିକ ଆଇନକୁ ବାଧାମୁକ୍ତ ଭାବେ କାର୍ଯ୍ୟକାରୀ କରିଥିବାରୁ ପୋଲିସ ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାମ୍ମୁ-କାଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ସୁଧାର ଭଳି ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଅମିତ ଶାହ କହିଥିଲେ, ୩ଟି ନୂଆ ଅପରାଧିକ ଆଇନ ଦ୍ୱାରା ଭାରତର ଅପରାଧିକ ନ୍ୟାୟ ପ୍ରଣାଳୀ, ଯାହା ପୂର୍ବରୁ ଦଣ୍ଡ-କେନ୍ଦ୍ରିତ ଥିଲା, ତାହା ଏବେ ନ୍ୟାୟ କେନ୍ଦ୍ରିତ ହୋଇପାରିଛି।
ସେ କହିଥିଲେ ଯେ ଏସବୁ ନୂଆ ଆଇନର ମୂଳ ଭାବନା ଭାରତୀୟ ପରମ୍ପରା ଦ୍ୱାରା ଅନୁପ୍ରାଣିତ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଏବଂ ୨୦୨୭ ମସିହା ସୁଦ୍ଧା ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶର ପୂର୍ବ ସୀମାରେ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନ, ପ୍ରବାସ ଧାରା ଏବଂ ସହରୀ ପୁଲିସ ବ୍ୟବସ୍ଥା ଭଳି ବିଷୟ ଉପରେ ଧ୍ୟାନ ଦିଆଯିବା ଉଚିତ । ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ପାଇଁ ଶୂନ୍ୟ ସହନଶୀଳତା ରଣନୀତି ଏବଂ ଶୂନ୍ୟ ସହନଶୀଳତା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଅମିତ ଶାହ ଆହ୍ୱାନ ଦେଇଥିଲେ।












Click it and Unblock the Notifications