ଆଜି ବିଶ୍ୱ ପଖାଳ ଦିବସ, ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ
ଆଜି ବିଶ୍ୱ ପାଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରୁଛନ୍ତିଏହି ପଖାଳ ଦିବସ ।

ଭୁବନେଶ୍ୱର: ଆଜିକାର ଯୁଗ ଫାସ୍ଟଫୁଡର ହେଲେ ପିଜା ବର୍ଗର ସମୟରେ କମି ନାହିଁ ଓଡ଼ିଆଙ୍କ ପ୍ରିୟ ପଖାଳର ଚାହିଦା । ଯେତେ ଯାହା ଖାଇଲେ ବି ପଖାଳ ଗୁଣ୍ତେ ଦିଏ ମନକୁ ଶାନ୍ତି । ଓଡ଼ିଆଙ୍କର ୧୨ ମାସରେ ୧୩ ପର୍ବ । ପ୍ରତିଟି ପର୍ବର ରହିଛି ଭିନ୍ନ ଭିନ୍ନ ମହତ୍ୱ । ପର୍ବ ପର୍ବାଣିରେ ଘର ମହକି ଉଠେ ପିଠା ପଣାରେ ।
ସେହିପରି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପାଖଳ ଦିବସ ଭାବେ ପାଳନ କରାଯାଏ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା କୌଣସି ପର୍ବଠୁ କମ ନୁହେଁ । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଆଜିର ଦିନରେ ନିଶ୍ଚୟ ଗୁଣ୍ତେ ପଖାଳ ଖାଇ ସେଲିବ୍ରେଟ୍ କରୁଥିବେ ।
ଆଜି ମହାପ୍ରଭୁ ଖାଇବେ ପଖାଳ
ଆଜି ମହାପ୍ରଭୁଙ୍କ ପାଖରେ ଲାଗି କରାଯିବ ପଖାଳ । ମାନ୍ୟତା ରହିଛି ବଡ ଠାକୁରଙ୍କର ପଖାଳ ଭାରି ପ୍ରିୟ । କାହିଁ କେଉଁ କାଳରୁ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ ଅନେକ ପ୍ରକାର ପଖାଳ, ଯେପରିକି ଦହି ପଖାଳ, ଚିପୁଡା ପଖାଳ, ମଲିଫୁଲିଆ ପଖାଳ, ଘିଅ ପଖାଳ ଏଭଳି ଅନେକ ପ୍ରକାଳ ପଖାଳ ମହାପ୍ରଭୁ ସେବନ କରିଥାନ୍ତି । ମହାପ୍ରଭୁଙ୍କ ଶୟନ ନୀତି ପୂର୍ବରୁ ନଚେତ୍ ସଂଧ୍ୟା ଧୂପ ସମୟରେ ମଧ୍ୟ ଶ୍ରୀଜିଉଙ୍କ ନିକଟରେ ପାଖଳ ଲାଗି କରାଯାଇଥାଏ । ତେବେ ଆମ ପ୍ରିୟ ପଖାଳ ଶ୍ରୀମନ୍ଦିର ପରମ୍ପରାରୁ ସୃଷ୍ଟି ହୋଇଛି । ଟଙ୍କତୋରାଣି ମଧ୍ୟ ପଖାଳରୁ ହିଁ ସୃଷ୍ଟି । ଯାହା ଆମ ପରମ୍ପରାକୁ ଦର୍ଶାଉଛି ।
ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ । ଖରାଦିନରେ ପଖାଳ ସତେ ଯେମିତି ଅମୃତ । ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବି ପ୍ରିୟ ଖାଦ୍ୟ ହେଲା ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ ।
ସୂଚନାଯୋଗ୍ୟ ଯେ, ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ଗର୍ବ ପଖାଳର ମହତ୍ୱକୁ ପର ପିଢି ପାଖରେ ପହଁଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚା ୨୦ ପଖାଳ ଦିବସ ଭାବେ ପାଳନ କରାଯାଏ । ଆଜି ଏହି ଖାସ୍ ଦିନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications