ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ, ଆସନ୍ତାକାଲି କରିବେ ମହାପ୍ରଭୁଙ୍କ ଦର୍ଶନ

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି ।

mamata banerjee

ଭୁବନେଶ୍ୱର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ଆଜି ସେଠାରେ ରାତ୍ରୀ ଯାପନ କରି ଆସନ୍ତାକାଲି ଅପରାହ୍ଣରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ଦିନ ମଧ୍ୟ ପୁରୀରେ ରାତ୍ରୀଯାପନ କରିବେ ମମତା ।

ଏହା ପରେ ୨୩ ତାରିଖ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା । ପରେ ସେହିଦିନ ଅର୍ଥାତ୍ ମାର୍ଚ୍ଚ ୨୩ ସଂଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏ ପର୍ଯ୍ୟନ୍ତ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ବିଷୟରେ କୌଣସି ଖବର ପ୍ରକାଶ ପାଇ ନାହିଁ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଏହା ପରେ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୦୨୪ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳ ସହ ମେଣ୍ଟ କରିବାର ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+