ବାହାନଗା ଟ୍ରେନ୍ ଦୁର୍ଘଟଣା: ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ
କଟକ:ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକ ଭୁବନେଶ୍ୱର ଆହତ ଯାତ୍ରୀଙ୍କୁ ଭେଟିବା ନେଇ ରହିଛି ସୂଚନା । ପ୍ରଥମେ କଟକରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ତାଙ୍କ ସହ ଏକ ଟିମ୍ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛି । ଏହି ଟିମ୍ ଭୁବନେଶ୍ୱର ଆସି, ଚିକିତ୍ସାଧୀନ ଥିବା ଆହତଙ୍କୁ ଭେଟିବା ନେଇ ଖବର ରହିଛି ।
ସୂଚନା ଅନୁସାରେ ଆଜି ଦିନ ଦୁଇଟାରେ ଓଡ଼ିଶାରେ ପହଞ୍ଚିବା ପରେ ସେ ପ୍ରଥମେ ଏସସିବି ଯାଇ ଆହତଙ୍କୁ ଭେଟିବେ । ତାଙ୍କ ସହ ଆସିଥିବା ଟିମ୍ ଭୁବନେଶ୍ୱରରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ଆହତଙ୍କ ସହ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ସୂଚନା ଏହା ମଧ୍ୟ ରହିଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଦୁଇ ମନ୍ତ୍ରୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ତେବେ ଗତକାଲି କିଛି ଯାତ୍ରୀଙ୍କ ମୃତ ଦେହ ହାୱାଡାରେ ପହଞ୍ଚିବା ପରେ ସେମାନଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆହତଙ୍କୁ ୨ ଲକ୍ଷ ଏବଂ ସେମାନ୍ୟ ଆହତଙ୍କୁ ୫୦ ରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଥିଲେ । ସେହିପରି ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଦେବାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications