ଆଜି ବିଜୟା ଦଶମୀ, ରାଜରାଜେଶ୍ୱରୀ ବେସରେ ଦର୍ଶନ ଦେବେ ମହାବାହୁ
ଶ୍ରୀମନ୍ଦିରରେ ଶୁକ୍ରବାର ପାଳିତ ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ। ଆଜି ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠ
ପୁରୀ: ଶ୍ରୀମନ୍ଦିରରେ ଶୁକ୍ରବାର ପାଳିତ ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ। ଆଜି ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ।

ସୁନାବେଶକୁ 'ବଡ଼ତଡ଼ାଉ' ବେଶ ମଧ୍ୟ କୁହାଯାଇଥାଏ । ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା । ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ। ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା।
ପାଳିଆ ପୁଷ୍ପାଳକ ଦଇତା ଖୁଣ୍ଟିଆ ତଳୁଚ୍ଛ ସେବାୟତମାନେ ସୁନାବେଶ କରିଥାନ୍ତି। ରତ୍ନ ଭଣ୍ଡାର ଘର ଭିତରୁ ପାଳିଆ ମେକାପ ଖୁଣ୍ଟିଆ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସୁନାବେଶ ସାମଗ୍ରୀ ଆସିଥାଏ। ଶେଷରେ ମନ୍ଦିର ସେବାୟତମାନଙ୍କ ଦ୍ୱାରା ରଥ ଉପରକୁ ବେଶ ନିଆଯାଇଥାଏ । ଅଥି ମଧ୍ୟରୁ ଆଜି ମନ୍ଦିର ମଧ୍ୟରେ ମହାବାହୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ବିଜୟାଦଶମୀରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ବିଭିନ୍ନ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା ମଧ୍ୟ କରାଯିବ ।












Click it and Unblock the Notifications