ଆଜି ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର
ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପଦ୍ମଫୁଲରେ ସୁସଜ୍ଜିତ ହେବେ ତିନି ପ୍ରଭୁ ଜଗନ୍ନାଥ ଭ୍ରାତା ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଏଥିପାଇଁ ବେଶ ପ୍ରସ୍ତୁତି କାମ ଆଜି ଶେଷ ହୋଇଛି । ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ଏହି ପଦ୍ମବେଶ ଅନନ୍ୟ ।ମାଘମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଶନିବାର ଅର୍ଥାତ୍ ଆଜି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ବିଭୂଷିତ କରାଯାଇ ପହୁଡ ନୀତି କରାଯିବ ।

ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ ଯୋଗାଇବ ଏହି ବେଶ । ସେଥିପାଇଁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ବଡ଼ଦେଉଳରେ ପହଞ୍ଚିବ । ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ଶନିବାର ଅର୍ଥାତ୍ ଆଜି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ବିଭୂଷିତ କରାଯାଇ ପହୁଡ ନୀତି କରାଯିବ ।












Click it and Unblock the Notifications