ଆଜି ବି ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍
ଭୁବନେଶ୍ୱର: ଆଜି ବି ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ସକାଳୁ ସକାଳୁ ଉଭୟ ମହିଳା ଏବଂ ପୁରୁଷଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି । ଗତ ୪ଦିନ ହେବ ଆରବିଆଇ ଆଗରେ ଏପରି ଲୋକଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି । ଗତକାଲି ଇଡି ଏବଂ ଇଓଡବ୍ଲୁ ଟିମ୍ ଆରବିଆଇ ଆଗରେ ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ପଚରଉଚରା କରିବା ସହ ସେମାନଙ୍କ ଆଧାରକାର୍ଡର ଯାଞ୍ଚ୍ କରିବା ସହ ଫଟୋ ଉଠାଇଥିଲା ।
ଭୁବନେଶ୍ୱର RBI ଆଗରେ ଲାଇନ୍ ରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚରାଉଚୁରା କରିଥିଲା ଇଡି ଇଓଡବ୍ଲୁ । କେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଟଙ୍କା କାହାର ଏବଂ ଏତେ ଟଙ୍କା କେଉଁଠୁ ଆସିଲା ଏବଂ ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି ? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି କି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରୁଛି ଇଓଡବ୍ଲୁର 2 ଜଣିଆ ଟିମ୍ ।

ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିବା ସୂଚନା ମିଳୁଛି । ସେମାନଙ୍କର ଆଧାରକାର୍ଡ ନମ୍ବର ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳୁଛି । ପରବର୍ତ୍ତୀର୍ ସମୟରେ କିଛି ଲୋକଙ୍କୁ ଇଓଡବ୍ଲୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।
ତେବେ ସନ୍ଦେହ କରାଯାଉଛି ଯେ, କଳା ଟଙ୍କାକୁ ଧଳା କରିବା ପାଇଁ ଚେଷ୍ଟା କରାଯାଉଛି । କିଛି ଦଲାଲ ଏବଂ ଧନୀ ଶ୍ରେଣୀର ଲୋକ ଏହି କାର୍ଯ୍ୟରେ ନିୟୋଜିତଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଲିସ କବଳରୁ ବଞ୍ଚିବା ପାଇଁ ଏହା ଏକ ସଡଜନ୍ତ୍ର ହୋଇପାରେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଏ ଟଙ୍କା କାହାର ତାହା ସବୁଠୁ ବଡ ପ୍ରଶ୍ନ । କାହା ନିର୍ଦ୍ଦେଶରେ ଏମାନେ ଟଙ୍କା ବଦଳାଇବାକୁ ଲମ୍ବା ଧାଡିରେ ଛିଡା ହେଉଛନ୍ତି ସେ ବାବଦରେ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications