ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ , ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗ
ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ସନ୍ଧ୍ୟା ୮ଟାରେ ଦିଲ୍ଲୀ ଗସ୍ତରେ ଯିବେ। ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରିବେ।

ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଓ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି। ରାଜ୍ୟକୁ ନୂଆ ପ୍ରକଳ୍ପ ଆସିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। କୋଷ୍ଟାଲ ହାଇୱ ସମ୍ପର୍କରେ ସଡ଼କ ପରିବହନ ମନ୍ତ୍ରୀଙ୍କ ସହ କଥା ହେବାର କାର୍ୟ୍ୟକ୍ରମ ରହିଛି।












Click it and Unblock the Notifications