ଆଜି ସ୍ୱାୟତ୍ତ ଶାସନ ଦିବସ, ଏହି ଅବସରରେ ରାଜ୍ୟବାସୀଙ୍କୁ ବଡ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଆଜି ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି।

Self-Government Day

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୧୩୬ଟି ଲୋକାଭିମୁଖୀ ପ୍ରକଳ୍ପ ରହିଛି। ୨୭ ଜଣ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବି ପ୍ରଦାନ କରାଯିବ।

ସେହିପରି ସିଏମସି ପକ୍ଷରୁ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେବେ। ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଆ ବଜାରସ ସ୍ଥିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ, ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ, ଟାଉନହଲ ନିକଟରେ ଆର୍ଟ ଗ୍ୟାଲେରୀ, ଖାନନଗର ସ୍ମଶାନରେ ସିଏନଜି ଗ୍ୟାସ ଚୁଲା ସହ ବିଭିନ୍ନ ୱାର୍ଡ଼ରେ ସ୍ମାର୍ଟ ପାର୍କ, ପୋଖରୀ ପୁନରୁଦ୍ଧାର, ମିଶନଶକ୍ତି ଗୃହ ପ୍ରମୁଖ ଉଦଘାଟନ ଓ ଶିଳାନ୍ୟାସ ପ୍ରମୁଖ କାର୍ଯ୍ୟକ୍ରମ କରାଯିବ।

ଆଜି କଟକ ସହରକୁ ସିଏମସି ପକ୍ଷରୁ ୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦିଆଯିବ ବୋଲି ମେୟର ସୁବାସ ସିଂ କହିଛନ୍ତି। ସଂଧ୍ୟାରେ ସିଡିଏ ସ୍ଥିତ ୱିଣ୍ଡସର ପ୍ୟାଲେସଠାରେ ସମ୍ବର୍ଦ୍ଧନା ଓ ପୁରଷ୍କାର ଉତ୍ସବ ଅନୁଷ୍ଠିତ ହେବ । ସିଏମସି ମେୟର, ସାଂସଦଙ୍କ ସହ ବିଧାୟକ ମାନେ ଉପସ୍ଥିତ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+