ଆଜିଠୁ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ, ନୂଆ ବୋହୂ ପରି ସଜାଇ ହୋଇଛି ରାଜଧାନୀ

ସଜେଇ ହୋଇଛି ଭୁବନେଶ୍ବର । ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଶତାଧିକ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏକାଠି ହେବେ ବିଶ୍ବରୁ ୪ ହଜାର ପ୍ରବାସୀ ଭାରତୀୟ ।

prabasi bharatiy sammilani

୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେବାର କାର୍ଯ୍ୟକ୍ରମ ରହଛି। ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ଓ ଅତିଥି ସତ୍କାର ପାଇଁ ରାଜଧାନୀ ସଜେଇ ହୋଇଛି । ଭୁବନେଶ୍ବରରେ ଫ୍ଲାଏ ଓଭର, ବ୍ରିଜଠୁ ଆରମ୍ଭ କରି ପାଚେରୀ, କାନ୍ଥ ପର୍ଯ୍ୟନ୍ତ ସଜେଇ ହୋଇଛି । ମୋଟ ଉପରେ ଉଭୟ ଦେଶ ଏବଂ ବିଦେଶରୁ ୭ ହଜାର ଅତିଥି ଆସିବେ ।

ସେମାନଙ୍କ ପାଇଁ ଭୁବନେଶ୍ବର, କଟକ ସମେତ ପୁରୀରେ ରହିବା ବ୍ୟବସ୍ଥା କରାଯାଇଛି । ଅତିଥିଙ୍କୁ ଓଡ଼ିଶା କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ସ୍ବତନ୍ତ୍ର ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି । ତିନି ଦିନ ଧରି ଏହି ସମ୍ମିଳନୀ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି । ସମ୍ମିଳନୀରେ ଓଡ଼ିଶା ତଥା ଭାରତକୁ ନେଇ ପ୍ରବାସୀଙ୍କର କଣ ଭିଜନ ରହିଛି ସେନେଇ ହେବ ଆଲୋଚନା । ଆତିଥେୟତାରେ ଯେପରି ତ୍ରୁଟି ନରୁହେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ଏସବୁ ଭିତରେ ଓଡ଼ିଶାର କଳା, ସଂସ୍କୃତିକୁ ପୂରା ବିଶ୍ବ ଦରବାରରେ ପରିଚିତ କରିବାକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଏବେ ସୁଯୋଗ ସୃଷ୍ଟି କରିଛି । ପ୍ରଥମ ଦିନରେ ଜନତା ମଇଦାନରେ ପାଳନ ଯୁବ ପ୍ରବାସୀ ଭାରତୀୟ ଦିବସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥିସହ ୧୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+