ଆଜି ଶ୍ରୀଜୀଉଙ୍କର ଚକାବିଜେ ନୀତି, ଶୀବିଗ୍ରହଙ୍କୁ ଦିଆଯିବ ଦଶମୂଳ ମୋଦକ
Puri: ଆଜି ଅଣସର ଦଶମୀ । ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଜ୍ୱରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଶୀବିଗ୍ରହଙ୍କୁ ପ୍ରଦାନ କରାଯିବ । ଏହା ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁକ କରାଯାଇଛି ।

ସ୍ନୀନ ପୂର୍ଣ୍ଣିମାରୁ ଅତ୍ୟଧିକ ଜ୍ୱରରେ ପୀଡିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳ ନିକଟସ୍ଥ ଅଣସର ତାଟିରେ ଉଦ୍ଧାର ମଧ୍ୟରେ ଜାରି ରିହିଛି ଶୀବିଗ୍ରହ ଗୁପ୍ତ ସେବା । ଏହି ଅବସରରେ ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏକ ଔଷଧ ପ୍ରସ୍ତୁତ କରାଯାଇଛି । ମାନ୍ୟତା ରହିଛି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି କରାଗଲେ ସମ୍ପୁର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ ।
ଆଜି ମଧ୍ୟାହ୍ନ ଧୂପ, ଭୋଗମଣ୍ତର ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଫିଟାଯାଇ ଅଣସର ନୀତି ହେବ । ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଯିବାର ମାନ୍ୟତା ରହିଛି । ତେବେ ଜ୍ୱରରେ ଖାଦ୍ୟ ରୁଚୁ ନଥିବାରୁ ଚକଟା ଓ ପଣା ଦିଆଯାଇଥାଏ ।












Click it and Unblock the Notifications