ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ; ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ । କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଲାଗିପାରେ କ୍ୟାବିନେଟ ମୋହର ।
ଆଜିର ବୈଠକରେ ୧୨ ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ମେଟ୍ରୋ ଟ୍ରେନ୍, କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ, ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିପାରେ।
ନିକଟରେ ରାଜ୍ୟ ସରକାର ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆରକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା ଓ ଯୁବ ସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଅର୍ଥ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।












Click it and Unblock the Notifications