ମହାନଦୀ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ: ୧୯ରେ ପରବର୍ତ୍ତୀ ଶୁଣାଣି
ମହାନଦୀ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ: ୧୯ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ ହୋଇଛି । ଅଢେ଼ଇ ବର୍ଷର ପରେ ପ୍ରତ୍ୟକ୍ଷ ଶୁଣାଣି ଶେଷ ହୋଇଛି । ମହାମାରୀ ପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଶୁଣାଣି ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ୧୯ ନଭେମ୍ବର ପାଇଁ ଧାର୍ଯ୍ୟ କରାଯାଇଛି । ଟ୍ରିବ୍ୟୁନାଲ ଦୁଇ ରାଜ୍ୟଙ୍କୁ ଆସେସରମାନଙ୍କ ପୁଣି ଥରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ପ୍ରସଙ୍ଗ ଉପରେ ସହମତି ଆଣିବା ସହ ପରବର୍ତ୍ତୀ ଶୁଣାଣୀରେ ଟ୍ରିବ୍ୟୁନାଲକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ର କୁ ସାକ୍ଷୀ ସତ୍ୟ ପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣିରେ ଓଡ଼ିଶା ଛତିଶଗଡ଼ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ । ଜଷ୍ଟିସ ଏ.ଏମ.ଖାନୱିଲକରଙ୍କ ଅଧ୍ୟକ୍ଷତା ରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଓଡ଼ିଶା ଓ ଛତିଶଗଡ ଜଳବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଅନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ ୧୯୫୬ର ଧାରା ୪ ଅନୁସାରେ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ସେହିବର୍ଷ ଏପ୍ରିଲ ୧୭ ତାରିଖରେ କେନ୍ଦ୍ର ଜଳସମ୍ପଦ ସଚିବଙ୍କ ପକ୍ଷରୁ ଟର୍ମସ ଅଫ ରେଫରେନ୍ସ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏ.ଏମ.ଖାନୱିଲକରଙ୍କୁ ପ୍ରଦାନ କରାଯାଇଥିଲା । ଅକ୍ଟୋବର ୧୦ରେ ଓଡ଼ିଶା ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଆବେଦନ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା ଏବଂ ଅକ୍ଟୋବର ୧୩ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications