ଆଜି ରୁକ୍ମଣୀ ହରଣ ଏକାଦଶୀ; ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମଣୀଙ୍କ ବିବାହ ଉତ୍ସବ

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଯାହାକୁ ରୁକ୍ମଣୀ ହରଣ ଏକାଦଶୀ ବୋଲି କୁହାଯାଏ । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ । ଏଥିପାଇଁ ମା'ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ ।

ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମଣୀ ରୂପୀ ମା'ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।

Rukmini SUKLA ekaDESHI

ସେପଟେ ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ। ଗତ ତିନି ଦିନ ଧରି ରଜ ସାଙ୍ଗକୁ ସପ୍ତାହାନ୍ତ ଛୁଟି କାରଣରୁ ପୁରୀ ପାଲଟିଛି ଜନସମୁଦ୍ର। ଶ୍ରୀଜୀଉଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ।

ପୁରୀରେ ବଢୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ବଡ଼ ଆହ୍ବାନ। ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି ଓଡ଼ିଶାର ବିଜେପି ସରକାର । ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକ ପରେ ପୁଣି ଏହା ଉପରେ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା। ପୁରୀରେ ବହୁଗୁଣିତ ହେବ ଭକ୍ତଙ୍କ ଭିଡ଼ । ପୁରୀ ସର୍କିଟ୍ ହାଉସରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଇନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଶ୍ରୀମନ୍ଦିର ପରିଚାଳନାକୁ ନେଇ ବିଜେଡି ସରକାରର ତ୍ରୁଟି ଯୋଗୁଁ ରହିଛି ଓଡ଼ିଆ ଲୋକଙ୍କ ପୁଞ୍ଜିଭୂତ କ୍ରୋଧ । ତେବେ 24 ମହାଲଢେଇରେ ବଡ଼ ପ୍ରସଙ୍ଗ ହୋଇଥିଲା ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। 4 ଦ୍ବାର ଖୋଲିବା, ଭିତର ରତ୍ନ ଭଣ୍ଡାରରର ଚାବି ହଜିବା ଆଦି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଥିଲେ ବିଜେପି ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବ। ଓଡ଼ିଶାରେ ବିଜେପି ସରକାର ବନିଲେ 4 ଦ୍ବାର ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।

ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଚାରିଦ୍ବାର ଖୋଲିବା ସହ ଶ୍ରୀମନ୍ଦିର ପରିଚାଳନା ପାଇଁ 500 କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ପୁଣି ରତ୍ନ ଭଣ୍ଡାର ଚାବି ହଜିବା ନେଇ ଗଠିତ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ପ୍ରତିଶ୍ରୁତି ପ୍ରତିଶ୍ରୁତି ବି ପୂରଣ ହେବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+