ଆଜି ରୁକ୍ମିଣୀ ହରଣ ଏକାଦଶୀ ନୀତି; ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଶୁକ୍ରବାର ବଡ଼ଦେଉଳରେ ହେବ ରୁକ୍ମିଣୀ ହରଣ ଏକାଦଶୀ ନୀତି । ଏହି ଅବସରରେ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ । ମା'ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ହୋଇଥିବେ ଶ୍ରୀକୃଷ୍ଣ । ଶ୍ରୀମନ୍ଦିରରେ ବଡ଼ ଜାକଜମକରେ ମହାପ୍ରଭୁଙ୍କ ବାହାଘର ହେବ । ଏହି ନୀତି ପାଇଁ ଅପରାହ୍ଣ ପ୍ରାୟ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ପରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରାତିରେ ମହାପ୍ରଭୁଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ସଂପନ୍ନ ହେବ । ଏହି ଅବସରରେ ସେବାୟତ ତଥା ବହୁ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଏ ।

today rukmini haran ekadashi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+