For Quick Alerts
Turn On Notification  
For Daily Alerts
Oneindia App Download

ଆଜି ବନ୍ଦ ଶ୍ରୀଜିଉଙ୍କ ଦର୍ଶନ, ଶ୍ରୀମନ୍ଦିର ପରିସର ହୋଉଛି ସାନିଟାଇଜ

ଆଜି ଦର୍ଶନ ଦେଉନାହାନ୍ତି ମହାପ୍ରଭୁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

|

ପୁରୀ: ଆଜି ଦର୍ଶନ ଦେଉନାହାନ୍ତି ମହାପ୍ରଭୁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଦର୍ଶନ ବନ୍ଦ କରାଯାଇ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଉଛି।

Shree Mandir

ଶ୍ରୀମନ୍ଦିରର ବାଇଶି ପାହାଚ, ଶ୍ରଦ୍ଧାଳୁଙ୍କ ଯା'ଆସ ରାସ୍ତା, ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଓ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଉଛି। ଏହା ସହିତ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱକୁ ବି ବିଶୋଧନ କରାଯାଉଛି। ଅଗ୍ନିଶମ ଓ ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କାର୍ଯ୍ୟ କରାଯାଉଛି।

ଉଲ୍ଲେଖଥାଉ କି, ଗତ ଜାନୁଆରୀ ୨୧ ତାରିଖ ଠାରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି । ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Today Puri Shree Mandir Closed For People
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X