ଆଜି ପ୍ରବାସୀ ଭାରତୀୟ ଦିବସର ଶେଷ ଦିନ, ପ୍ରବାସୀଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି
ଜନତା ମୈଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଆଜି ଏହି ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଚୟନିତ ସଦସ୍ୟ ମାନଙ୍କୁ ସେମାନଙ୍କ ଉପଲବ୍ଧି ପାଇଁ ସମ୍ମାନିତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ରାଜଭବନରୁ ଜନତା ମୈଦାନ ଅଭିମୁଖେ ଯିବେ । ଏହି ଉତ୍ସବର ଶେଷ ଦିନରେ କିଛି ଚୟନିତ ସଦସ୍ୟ ମାନଙ୍କୁ ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଏବଂ ଉତ୍ସାହ ବଢାଇବା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ନାଁ ଘୋଷଣା ସରିଛି ।












Click it and Unblock the Notifications