Get Updates
Get notified of breaking news, exclusive insights, and must-see stories!

ଆଜି ଓଡ଼ିଶା ଆସିବେ ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଓଡ଼ିଶା ଆସିବ । ଶ୍ରୀନଗରରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଆସିବ ମୃତଦେହ । ଅପରାହ୍ନ ୨ଟା ୩୫ରେ ଶ୍ରୀନଗରରୁ ମରଶରୀର ଦିଲ୍ଲୀ ଆସିଥିବା ନେଇ ସୂଚନା ରହିଛି । ରାତି ୯ ଟା ୪୫ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯିବ । ଏନେଇ ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Prashant Satpathy d

ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୟରେ ମୃତ ଓଡ଼ିଆ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ ଅପରାଜିତାଙ୍କୁ ଭେଟି ଆକ୍ରମଣ ସମୟର କରୁଣ କାହାଣୀ କହିଛନ୍ତି । ମୃତ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ କହିଛନ୍ତି, ମୋ ସାମ୍ନାରେ ମୋ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଦେଇଛନ୍ତି । ମୋରେ ୮ ବର୍ଷର ପୁଅ ଅଛି ମୋ ପିଲା ଏବେ କ'ଣ କରିବ । ମୁଁ କିଛି ବୁଝି ପାରୁନାହିଁ ।

ସୂଚନାଥାଉ ଯେ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି
ଏଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ଅଛନ୍ତି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକର ମଧ୍ୟ ପର୍ଯ୍ୟଟକଙ୍କ ଜୀବନ ଏହି ଆତଙ୍କବାଦୀ ଆକ୍ରମଣରେ ଚାଲିଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+